LIVE TV

ବିଲ୍ ମଞ୍ଜୁରୀ ଉପରେ 'ସୁପ୍ରିମ' ରାୟ,: ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ପାଇଁ ରହିବନି ସମୟସୀମା

NEWS7
heat-wave-aleart-for-next-4days-in-odisha

ନୂଆଦିଲ୍ଲୀ, ୨୦|୧୧: ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ବିଲ ବାବଦରେ ଥିବା କ୍ଷମତାକୁ ସଙ୍କୁଚିତ କରାଯାଇ ପାରିବ ନାହିଁ । କେତେ ଦିନ ମଧ୍ୟରେ ବିଲରେ ମୋହର ବାଜିବ ସେନେଇ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏହା କହିଛନ୍ତି ।

କୋର୍ଟ କହିଛନ୍ତି ଯେ, କେତେଦିନ ମଧ୍ୟରେ ବିଲ ଉପରେ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ମୋହର ଲଗାଇବେ ତାହା ସେମାନଙ୍କ ଉପରେ ନିର୍ଭର କରେ । ଏହା କୋର୍ଟଙ୍କ ହସ୍ତକ୍ଷେପ ବାହାରେ ରହିଛି । କେବଳ ବିଲ ଆଇନରେ ପରିଣତ ହେଲେ ହିଁ କୋର୍ଟ ହସ୍ତକ୍ଷେପ କରିପାରିବେ ।

ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପଚରାଯାଇଥିବା ସାମ୍ବିଧାନିକ ପ୍ରଶ୍ନରେ କୋର୍ଟ ଏହା କହିଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ତାମିଲନାଡୁ ସରକାରଙ୍କ ଏକ ମାମଲା ଉପରେ ବିଚାର କରି ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ । ଯାହା ବାବଦରେ ରାଷ୍ଟ୍ରପତି ସାମ୍ବିଧାନିକ ଖଣ୍ଡପୀଠକୁ ଏବାବଦରେ ପ୍ରଶ୍ନ କରିଥିଲେ ।

ସମ୍ବିଧାନର ଧାରା ୧୪୧ ଅନୁସାରେ ରାଷ୍ଟ୍ରପତି ପଚାରିଥିଲେ ଯେ, ରାଜ୍ୟପାଳ କୌଣସି ବିଲକୁ ମଞ୍ଜୁରି ପାଇଁ ମନ୍ତ୍ରିମଣ୍ଡଳର ପରାମର୍ଶ ଗ୍ରହଣ କରିବା ପାଇଁ ବାଧ୍ୟ ନା ନୁହେଁ । ଏହାସହ ଧାରା  ଅନୁସାରେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ କୋର୍ଟରେ ଜବାବ ରଖିବାକୁ ବାଧ୍ୟ ନୁହେଁ । ତେଣୁ ପୂର୍ବରୁ ଦିଆଯାଇଥିବା ରାୟ ଉପରେ ପୁନଃବିଚାରର ଆବଶ୍ୟକତା ରହିଛି । ଯାହାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର ଗଭାଇଙ୍କ ସାମ୍ବିଧାନିକ ଖଣ୍ଡପୀଠ ମଞ୍ଜୁରୀ ନେଇ କୌଣସି ସମସସୀମା ଧାର୍ଯ୍ୟ କରିବା ଠିକ୍ ନୁହେଁ ବୋଲି କହିଥିଲେ । ​​​​​​​