ଭୁବନେଶ୍ବର ୧୫।୪: ତାତିରୁ ନାହିଁ ନିସ୍ତାର । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆହୁରି ବଢିବ ତାପମାତ୍ରା । ୪୩ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାତି । ବଲାଂଗୀର, ଟିଟଲାଗଡ଼, ବୌଦ୍ଧରେ ସବୁଠୁ ଅଧିକ ତାପମାତ୍ରା ଅନୁଭୂତ ହେବା ନେଇ ଆକଳନ କରିଛି ବିଭାଗ । ଅସ୍ୱାଭାବିକ ସ୍ଥିତି ଏବେ ୫ ଦିନ ପର୍ଯ୍ୟନ୍ତ ରହିବ । ଆଗାମୀ ୫ ଦିନ ଯାଏ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବଢିବ । ନିର୍ବାଚନ ମେଳି ଓ ରାଲିଠୁ ନେଇ ଅତ୍ୟଧିକ ଗହଳିଆ ସ୍ଥାନରୁ ଦୂରେଇ ରହିବାକୁ ଆଲର୍ଟ ଜାରି କଲା ବିଭାଗ ।
ସାଧାରଣ ଲୋକ, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ଖରାର ପିକ୍ ସମୟ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ପରାମର୍ଶ ଦେଲା ବିଭାଗ । ସିଧା ସଳଖ ସୂର୍ଯ୍ୟକିରଣରେ ଆସିଲେ ବିଶେଷ ଅସୁବିଧାର ସମ୍ଭାବନା ହେବ । ସେହିଭଳି ଚାଷୀ ମାନଙ୍କ ସହ ଗୃହ ପାଳିତ ପଶୁମାନଙ୍କୁ ଥଣ୍ଡା ସ୍ଥାନରେ ରହିବା ଆବଶ୍ୟକ । ଏବେର ସିଧା ସଳଖ ସୂର୍ଯ୍ୟ କିରଣ ସାଧାରଣ ଲୋକଙ୍କ ପାଇଁ ବେଶ ପ୍ରଭଵ ପକାଇବ । ଅଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅତ୍ୟଧିକ ଖରରୁ ଦୁରେଇ ରହିବା ଆବଶ୍ୟକ । ଶୋଷ ନହେଲେ ବି ଯଥେଷ୍ଟ ପାଣି ପିଇବା ଉଚିତ । ପାର୍କିଂ ସ୍ଥାନରେ ଗାଡ଼ିରେ ଛୋଟ ପିଲା ଜନ୍ମ କିମ୍ବା ଗୃହ ପାଳିତ ପଶୁଙ୍କୁ ଛାଡିକି ଆସନ୍ତୁ ନାହିଁ ।
ଗତ ୨୪ ଘଣ୍ଟାରେ ପାଗ ଶୁଖିଲା ରହିଥିଲା । ଦିନ ତାପମତ୍ର ସବୁଠୁ ଅଧିକ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି ପାରଳାଖେମୁଣ୍ଡିରେ । ଆଉ ୧୦ ସହରରେ ୩୯ରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟରେ ଶୁଷ୍କ ବାୟୁ ପ୍ରବେଶ କରୁଛି । ତେଣୁ ୫ ଦିନ ତାପମାତ୍ରା ବଢିବ । ୧୫ ତାରିଖ ପାଇଁ ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, ଯାଜପୁର ବାଲେଶ୍ୱର, ଖୋର୍ଦ୍ଧା, କଟକ, ୧୬ ତାରିଖ ପାଇଁ ମାଲକାନଗିରି, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡା, ଢେଙ୍କାନାଳ ନୟାଗଡ଼ ସେହିପରି ୧୭ ତାରିଖ ମାଲକାନଗିରି, ଅନୁଗୋଳ, ଭଦ୍ରକ, କେନ୍ଦ୍ରାପଡା, ବୌଦ୍ଧ, ଖୋର୍ଦ୍ଧା ଏବଂ ୧୮ ଅପ୍ରେଲ ବଲାଙ୍ଗୀର, କେଉଁଝର, ବୌଦ୍ଧରେ ଅଧିକ ତାପମାତ୍ରା ରେକର୍ଡ ହୋଇପାରେ ବୋଲି ଆକଳନ ଏବଂ ଆଲର୍ଟ ଜାରି କରିଛି ବିଭାଗ ।
You Can Read :
ବିଜେପିରେ ଯୋଗଦେଲେ ବରଗଡର ପୂର୍ବତନ ସାଂସଦ ପ୍ରଭାସ ସିଂହ