ତତଲା କଡେଇରେ ଭାଜି ହେଉଛି ସାରା ସୁବର୍ଣ୍ଣପୁର, ବିନିକାରେ ଜନଜୀବନ ଅସ୍ତବ୍ୟସ୍ତ

Published By : Prameya-News7 Bureau | June 01, 2024 IST

ବିନିକା ୧।୬: ଆକାଶରୁ ନିଆଁ ବର୍ଷୁଛି । ତତଲା କଡେଇରେ ଭାଜି ହେଉଛି ସାରା ସୁବର୍ଣ୍ଣପୁର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଦିନ ବେଳା ତାପମାତ୍ରା ୪୬ ଡିଗ୍ରୀ ଉପର ରହୁଥିବା ବେଳେ ରାତିରେ ତାପମାତ୍ରା ୩୦ ଡିଗ୍ରୀ ତଳକୁ ଖସୁନାହିଁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । 

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ପାରଦ ଉପରମୁହାଁ ହୋଇଥାଏ । ଯାହାକୁ ନେଇ ଜନସାଧାରଣ ଏବେ ଏକ ପ୍ରକାର ଗରମ ତାୱାରେ ସନ୍ତୁଳି ହେଉଛନ୍ତି l ଯାତାୟାତ କରୁଥିବା ଲୋକେ ଜରୁରୀ କାମ ନଥିଲେ କେହି ବାହାରକୁ ବାହାରୁ ନାହାନ୍ତି l ଅସହ୍ୟ ଗରମ ଖରାର ପ୍ରଭାବ ରହିଥିବା ବେଳେ ରାତିରେ ମଧ୍ଯ ଯାତାୟାତ କରୁଥିବା ସମୟରେ ଖରା ତାତି ଏପରି ରହିଛି ନିଆଁ ଝାଞ୍ଜି ଦେହରେ ବାଜୁଥିବା ଭଳିଆ ଲାଗୁଥିବା ଅଞ୍ଚଳବାସୀ କହିଛନ୍ତି l ଘରେ ଏପରି ଭାବରେ ଗରମ ହେଉଛି ଘରେ ଲାଗିଥିବା ପଙ୍ଖା କୁଲର ଆଦୌ କାମ ଦେଉନି l ଲୋକେ ଘରେ ଗରମ ଜିନିଷ ଖାଇବାକୁ ପସନ୍ଦ କରୁନାହାନ୍ତି l ବିନିକା ଅଞ୍ଚଳରେ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ହୋଇପଡୁଛି l ବିନିକା ଏନଏସି ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ଗୁଡ଼ିକରେ ଜଲଛତ୍ରର ବ୍ୟବସ୍ଥା କରାଯାଇଛି l ଲୋକେ ଘରେ ବିଭିନ୍ନ ପ୍ରକାରର ଫଳମୂଳ, ଦହି ପାଣି, ଦହିବରା, ତରଭୁଜ, କାକୁଡି ଖାଇବାକୁ ପସନ୍ଦ କରୁଛନ୍ତି   l 

You Can Read :

ଯମୁନାଗଡ଼ ବିସ୍ଥାପିତଙ୍କ ଭୋଟ୍ ବର୍ଜନ, ଦାବି ପୂରଣ ନହେବା ଯାଏଁ ଭୋଟ୍‌ଦାନରୁ ରହିବେ ବିରତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.