ଗୁଜରାଟରେ ବନ୍ୟା ବିତ୍ପାତ; ପାଣି ଘେରରେ ଅଧିକାଂଶ ଅଞ୍ଚଳ, ବିପର୍ଯ୍ୟୟ ନେଲା ୮ ଜୀବନ

Published By : Prameya-News7 Bureau | July 25, 2024 IST

ଗାନ୍ଧିନଗର: ଗୁଜରାଟରେ ଲଗାଣ ବର୍ଷା । ରାଜ୍ୟରେ ବନ୍ୟା ବିତ୍ପାତ ଜାରି । ପାଣି ଘେରରେ ରାଜ୍ୟର ଅଧିକାଂଶ ଅଞ୍ଚଳ । ସୁଧୁରୁନି ବନ୍ୟା ସ୍ଥିତି । ତଳିଆ ଅଞ୍ଚଳରେ ରାସ୍ତାଘାଟ, ଘରଦ୍ୱାର ବନ୍ୟା ପାଣିରେ ବୁଡ଼ିଛି । ରାସ୍ତା ଉପରେ ବନ୍ୟାପାଣିର ପ୍ରଖର ସ୍ରୋତ ଚାଲୁଛି । କେଉଁଠି ଅଣ୍ଟାଏ ପାଣି ତ ଆଉ କେଉଁଠି ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ପାଣି । ବୁଧବାର ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । କିଛି ନଦୀର ଜଳସ୍ତର ବିପଦ ସଂକେତ ଉପରେ ବହୁଛି । ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସୁରଟରେ ବନ୍ୟାସ୍ଥିତି ଗମ୍ଭୀର ରହିଛି । ବର୍ଷା ଓ ବନ୍ୟା ଯୋଗୁ ୮ ଜଣ ପ୍ରାଣ ହରାଇଥିବା ସୂଚନା ରହିଛି । ୮୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସକାଳୁ ଭଦୋଦରା, ସୁରଟ, ଭରୁଚ ଏବଂ ଆନନ୍ଦ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ସାଧାରଣ ଜୀବନ ବ୍ୟାହତ ହୋଇଛି । ଏଥିପାଇଁ କେତେକ ସ୍ଥାନରେ ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରାଯାଇଛି । ଏହାଛଡ଼ା ବନ୍ୟା ଯୋଗୁ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି ।

ଅନ୍ୟପଟେ ବର୍ଷା ଓ ବନ୍ୟା ଯୋଗୁ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର ଲାଗି ଏସ୍‌ଡିଆର୍‌ଏଫ୍‌ର ୨୦ଟି ଟିମ୍‌ ଓ ଏନ୍‌ଡିଆର୍‌ଏଫ୍‌ର ୧୦ଟି ଟିମ୍‌ ନିୟୋଜିତ ହୋଇଛି । ଲଗାତର ବର୍ଷା ଯୋଗୁ ସର୍ଦ୍ଦାର ସରୋବର ଡ୍ୟାମ୍‌ ୫୪% ପୂର୍ଣ୍ଣ ହୋଇଛି । ଗତ ୧୨ ଘଣ୍ଟା ମଧ୍ୟରେ ଆନନ୍ଦ ଜିଲ୍ଲାର ବୋରସଡରେ ୩୫୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.