ପ୍ରତିଦିନ କେତେ ତେଲ ଖାଇବା ଦରକାର ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

NEWS7
heavy-snowfall-and-rain-in-us-9dead

ନୂଆଦିଲ୍ଲୀ ୩୦।୦୧ ; ଭାରତୀୟ ଖାଦ୍ୟ ଗୁଡ଼ିକରେ ତେଲର ଗୁରୁତ୍ବ ଖୁବ୍ ଅଧିକ ରହିଛି । ହେଲେ ଆବଶ୍ୟକତାଠୁ ଅଧିକ ତେଲ ଶରୀର ପାଇଁ କ୍ଷତିକାରକ। ଜଣେ ସୁସ୍ଥ ବ୍ୟକ୍ତି ମାସକୁ ୫୦୦- ୨୦୦ ମିଲିଲିଟର ତେଲ ବ୍ୟବହାର କରିବା ଉଚିତ। ସେହିପରି ରିଫାଇନ୍ ବଦଳରେ ସୋରିଷ ତେଲ କାହିଁକି ଉତ୍ତମ ସେକଥା ବି ଅନେକ ଜାଣନ୍ତି ନାହିଁ । ଗତ କିଛି ବର୍ଷ ମଧ୍ୟରେ ରନ୍ଧା ତେଳକୁ ନେଇ ଅନେକ ଗବେଶଣା ସାମ୍ନାକୁ ଆସିଛି । ଯେଉଁଥିରେ ଖରାପ ତେଲକୁ ହୃଦୟ ପାଇଁ କ୍ଷତିକାରକ ବୋଲି କୁହାଯାଇଛି । ତେଣୁ ଏକଥା ଜାଣିବା ଜରୁରି ଯେ, ପ୍ରତିଦିନ ଆମେ କେଉଁ ପ୍ରକାରର ତେଲ ବ୍ୟବହାର କରୁଛୁ ଏବଂ ଏହା ସ୍ବାସ୍ଥ୍ୟ ଉପରେ କିଭଳି ପ୍ରଭାବ ପକାଏ I

ଏକ ହୃଦ୍ରୋଗ ବିଶେଷଜ୍ଞ କହିଛନ୍ତି, 'ସବୁବେଳେ ସୀମିତ ମାତ୍ରାରେ ତେଲ ସେବନ କରିବା ଜରୁରି । ସେହିପରି ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୩ରୁ ୪ ଚାମଚ (୧୫-୨୦ ମିଲିଲିଟର) ତେଲରୁ ଅଧିକ ଖାଇବା ଅନୁଚିତ । ଏହାର ଅର୍ଥ ହେଉଛି, ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ମାସକୁ ୫୦୦-୬୦୦ ମିଲିଲିଟର ତେଲ ଯଥେଷ୍ଟ ।ସେହିପରି ୪ ଜଣିଆ ପରିବାର ଲାଗି ୨ ଲିଟରରୁ ଅଧିକ ତେଲ ବ୍ୟବହାର କରିବା ଅନାବଶ୍ୟକ। ସୋରିଷ, ସୋୟା, ଅଲିଭ, ନଡ଼ିଆ ତେଲ ବ୍ୟତୀତ ବଜାରରେ ଅନେକ ତେଲ ମିଳିଥାଏ । ଏଭଳି ସ୍ଥିତିରେ ପ୍ରଶ୍ନ ଉଠେଯେ, ଏଥିରୁ କେଉଁ ତେଲ ସ୍ୱାସ୍ଥ୍ୟ ଲାଗି ହିତକର । ତେବେ ସୋରିଷ, ସୂର୍ଯ୍ୟମୁଖୀ ଏବଂ ଅଲିଭ୍ ତେଲ ହୃଦୟ ସ୍ୱାସ୍ଥ୍ୟ ଲାଗି ଉତ୍ତମ ବିକଳ୍ପ। ହେଲେ ହୃଦୟ ସ୍ବାସ୍ଥ୍ୟ ଲାଗି ସୋରିଷ ତେଲ । ସେହିପରି ହୃଦୟ ପାଇଁ ସୂର୍ଯ୍ୟମୁଖୀ ତେଲ ମଧ୍ୟ ଭଲ, କିନ୍ତୁ ଭାରତୀୟ ଖାଦ୍ୟ ଲାଗି ନୁହେଁ । ସେହିଭଳି ରନ୍ଧା ତେଲରେ ରିଫାଇନ୍ ତେଲ ବ୍ୟବହାର କମ୍ କରିବା ଭଲ । ଏହି ତେଲ ଅଧିକ ତାପମାତ୍ରା ଏବଂ ରାସାୟନିକ ପ୍ରକ୍ରିୟାକରଣ ଏହା ଦ୍ବାରା ଏଥିରେ ବିଷାକ୍ତ ତତ୍ତ୍ବ ସୃଷ୍ଟି ହୋଇପାରେ ।

ଦୀର୍ଘ ସମୟ ଏହାର ସେବନ ଦ୍ବାରା ଶରୀରରେ ଖରାପ କୋଲେଷ୍ଟ୍ରୋଲ ପଡ଼ିପାରେ ଏବଂ ଏହା ହୃଦ୍ରୋଗର ବଡ଼ କାରଣ ବୋଲି କୁହାଯାଉଛି।ସେହିଭଳି ସବୁଦିନ ଅଧିକ ଡିପ୍ ଫ୍ରାଏ ଖାଦ୍ୟ ଖାଇବା ଶରୀର ପାଇଁ ବେଶ୍ କ୍ଷତିକାରକ ହୋଇଥାଏ । ଏହାଦ୍ବାରା ମୋଟାପଣ, ମଧୁମେହ, ସହ ହୃଦ୍ଘାତ ହେବା ଆଶଙ୍କା ଦ୍ବିଗୁଣ ବଢ଼ିଯାଏ । ତେବେ ଜଣେ ସୁସ୍ଥ ଲୋକ ମାସକୁ ୫୦୦-୬୦୦ ମିଲିଲିଟର ତେଲ ଖାଇବା ଦରକାର । ସେହିପରି ହୃଦୟ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ସଠିକ୍ ତେଲ ଓ ସୀମିତ ମାତ୍ରାରେ ତେଲ ବ୍ୟବହାର କରିବା ଜରୁରି ବୋଲି ଡାକ୍ତର କହିଛନ୍ତି I ତେବେ ଛାଣିବା ହେଉ କି ରାନ୍ଧିବା ପାଇଁ ତେଲକୁ ଥରେ ବ୍ୟବହାର କରିବା ଦରକାର।