ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍ : ହେଲପରଙ୍କ ମୃତ୍ୟୁ, ଡ୍ରାଇଭର ଗୁରୁତର

Published By : Prameya-News7 Bureau | April 25, 2024 IST

ଟାଙ୍ଗୀ ୨୫।୪: ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ଦୁର୍ଘଟଣା ଫଳରେ ହେଲପରଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଜାତୀୟ ରାଜପଥର ବେଲପଡା ଗାଁ ନିକଟରେ ଘଟିଛି ଦୁର୍ଘଟଣା । 

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଜାତୀୟ ରାଜପଥର ବେଲପଡା ଗାଁ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା କଡ଼ରେ ଅଟକି ରହିଥିଲା ଏକ ଟ୍ରକ୍  । ଏହି ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା ଆଉ ଏକ ଟ୍ରକ୍ । ଦୁର୍ଘଟଣା ଫଳରେ ଟ୍ରକ୍ ହେଲପଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଚାଳକ ଏବଂ ହେଲପର ଦୁହେଁ ଚାପି ହୋଇ ରହିଗଲେ । ଦମକଳ ବାହିନୀ କର୍ମଚାରୀ ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରିଥିଲେ । ବାଲୁଗାଁ ପୋଲିସ ଘଟଣାର ତଦନ୍ତ କରୁଛନ୍ତି । ଦୃତଗତି ଏବଂ ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

You Can Read :

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲେ ସ୍ତ୍ରୀ, ବଞ୍ଚାଇବାକୁ ଯାଇ ସ୍ବାମୀ ଗୁରୁତର 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.