ଅବୈଧ ସୁନା ଖନନକୁ ବିରୋଧ କରି ଚୀନ ଦ୍ୱାରା ୮୦ ତୀବ୍ବତୀୟ ଗିରଫ, ଗିରଫଦାରୀ ପାଇଁ ଘର କୁ ଘର ବୁଲୁଛି ପୋଲିସ

NEWS7
hema-malini-birthday-from-struggles-to-stardom-

ଧର୍ମଶାଳା ୧୮।୧୨: କାର୍ଦଜେ ତୀବ୍ବତୀୟ ସ୍ୱାୟତ୍ତ ପ୍ରାନ୍ତର ଶେରସୁଲ କାଉଣ୍ଟି ଖାମ ଜାଚୁକାର କାଶୀ ଗାଁରେ ଅବୈଧ ସୁନା ଖନନ ଗତିବିଦ୍ଧି ବିରୋଧରେ ପ୍ରଦର୍ଶନ ଲାଗି ଚୀନ୍ କର୍ତ୍ତୃପକ୍ଷ ପାଖାପାଖି ୮୦ ଜଣ ତୀବ୍ବତୀୟଙ୍କୁ ଗିରଫ କରିଛନ୍ତି। ଏହା ଛଡା ୭ ଜଣ ନିଖୋଜ ଅଛନ୍ତି। ଏହି ଘଟଣାର ସୂଚନା ତୀବ୍ବତ ନୀତି ସଂସ୍ଥାନ (ଟିପିଆଇ)ର ଉପନିର୍ଦ୍ଦେଶକ ତଥା ପରିବେଶ ଗବେଷକ ଟେମ୍ପା ଗ୍ୟାଲତସେନ ଧର୍ମଶାଳାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି।

ସେ କହିଛନ୍ତି ଯେ ନଭେମ୍ବର ୫ ତାରିଖରେ ଶେରଖୋକ (ସ୍ୱର୍ଣ୍ଣ ଘାଟି)ରେସୁନା ଖୋଳା ଯାଉଥିବା ଜଣାପଡିବା ପରେ ୬ ନଭେମ୍ବର ସନ୍ଧ୍ୟା ପ୍ରାୟ ୬ଟା ୫୦ ମିନିଟ୍ ରେ ସ୍ଥାନୀୟ ତୀବ୍ବତୀୟ ଖନନକାରୀଙ୍କୁ ବିରୋଧ କରିଥିଲେ। ଏ ନେଇ ଟାଉନସିପ୍ ଅଧିକାରୀଙ୍କୁ ସୂଚିତ କରାଯାଇଥିଲା। ଏଣୁ ଏହି ଗିରଫଦାରୀ ହୋଇଛି। ବିବାଦ ଆରମ୍ଭ ହେବା ପରେ ଚୀନ୍ ଅଧିକାରୀମାନେ କାଶୀ ଗାଁରେ ଘରକୁ ଘର ଯାଇ ଗିରଫଦାରୀ ଆରମ୍ଭ କରିଥିଲେ। ଗିରଫ ପରେ ପଚରା ଉଚରା ପାଇଁ ସେମାନଙ୍କୁ ଶେରସୁଲ କାଉଣ୍ଟିକୁ ନିଆଯାଇଛି।

ଏହି ଗରିଫଦାରୀ ପରେ ଅଧିକାରୀମାନେ କଥିତ ରୂପେ ଏକ ବୈଠକ କରିଥିଲେ ଓ ସେମାନଙ୍କୁ ଘଟଣା ଉପରେ ଚର୍ଚ୍ଚା ନ କରିବାକୁ ଚେତାବନୀ ଦେଇଥିଲେ ଏବଂ ଜୋର ଦେଇ କହିଥିଲେ ଏହା ଯେପରି ଉଚ୍ଚ ଅଧିକାରୀ ଅଥବା ବାହାର ଦୁନିଆକୁ ଜଣା ନପଡେ। ଯଦି କିଏ ଏପରି କରନ୍ତି ତାଙ୍କ ବିରୋଧରେ ଗମ୍ଭୀର ଅପରାଧର ଅପରାଧୀ ଭଳି ବ୍ୟବହାର କରାଯିବ। ରିପୋର୍ଟ ଅନୁସାରେ ଚୀନ ପୋଲିସ ଘରମାନଙ୍କ ଉପରେ ଚଢଉ କରିଥିଲେ, ମୋବାଇଲ ଫୋନ ଜବତ କରିବା ସହ ଜୋର ଜବରଦସ୍ତ ତଲାସୀ ନେଇଥିଲେ। କୁହାଯାଉଛି ସଶସ୍ତ୍ର ପୋଲିସ ଓ ସାମରିକ ବଳ ସଡ଼କ ଓ ସାର୍ବଜନିକ ସ୍ଥଳମାନଙ୍କରେ ମୁତୟନ ଥିଲେ।