କେନ୍ଦୁଝର ବିଜାଗୁଠ ଅଞ୍ଚଳକୁ ଧସେଇ ପଶିଲେ ବଣୁଆ ହାତୀ ପଲ, ବିଲରେ ପଶି ଖାଇଗଲେ ଫସଲ

Published By : Prameya-News7 Bureau | September 28, 2024 IST

କେନ୍ଦୁଝର ୨୮।୯: କେନ୍ଦୁଝର ବିଜେପି ରେଞ୍ଜର କୁମୁଣ୍ଡି ପଞ୍ଚାୟତକୁ ଗତ କିଛି ହେବ ଧସେଇ ପଶିଛନ୍ତି ୩୬ ଟିକିଆ ଏକ ବଣୁଆ ହାତୀ ପଲ I ଏହି ହାତୀ ପଲ ନିକଟରେ ଥିବା ଜଙ୍ଗଲରେ ଡେରା ପକାଇବା ସହ ପଞ୍ଚାୟତର ବିଭିନ୍ନ ଗାଁରେ ଥିବା ବିଲକୁ ଧସେଇ ପଶି ଖାଇଯିବା ସହ ପାଦରେ ଦଳି ଚକଟି ନଷ୍ଟ କରି ପକାଉଛନ୍ତି ଫସଲ । 

ଶନିବାର ସକାଳୁ ସକାଳୁ ଏହି ହାତୀ ପଲ ବିଜାଗୁଠ ଓ ଖଜୁରୀମୁଣ୍ଡି ଗାଁ ମଝିରେ ଥିବା ବିଲରେ ପଶି ଖାଉ ଖାଉ ସକାଳ ପାହି ଯାଇଥିଲା । ହାତୀ ପଲଙ୍କୁ ଦେଖି ଚାରିପଟୁ ଶହ ଶହ ଲୋକ ଘେରି ରହିଛନ୍ତି ଓ ହାତୀ ପଲ ସେଠାରେ ରାସ୍ତା କଡ଼ରେ ଥଟା ଦୁଇଟି ନାଳ ମାଝିରେ ଥିବା ଏକ ଛୋଟ ଜଙ୍ଗର ମଝିରେ ରହି ଯାଇଛନ୍ତି । ଲୋକଙ୍କ କହିବା ଅନୁସାରେ ଏହି ହାତୀ ପଲ କିଛି ଦିନ ଧରି ଏହି ଅଞ୍ଚଳରେ ଅନେକ କ୍ଷୟକ୍ଷତି କଲେଣି । ଦଳ ଦଳ ହୋଇ ଗାଁ ଲୋକେ ମଞ୍ଚା ଉପରେ ରାତି ଅନିଦ୍ରା ହୋଇ ହାତୀ ପଲଙ୍କୁ ଜଗିବା ସହ ତଡିବାକୁ ଚେଷ୍ଟା କରି ସୁଦ୍ଧା ବିଫଳ ହେଉଛନ୍ତି । ଏବେ ସେମାନେ ହାତୀ ପଲଙ୍କ ମୁହଁରୁ ତାଙ୍କ ଚାଷକୁ କିପରି ସୁରକ୍ଷା ଦେବେ ଓ ପରିବାର ମୁହଁରେ ଆହାର ଦେବେ ସେହି ଚିନ୍ତାରେ ଅଛନ୍ତି ।

ହାତୀ ଥିବା ଏହି ଅଞ୍ଚଳରେ ଖୋଦ ଡିଏଫଓ, ଏସିଏଫଓଙ୍କ ସହ ହାତୀ ତଡ଼ା ସ୍କ୍ୱାର୍ଡ, ବନ ବିଭାଗ ଓ ପୋଲିସ କର୍ମଚାରୀମାନେ ହାତୀ ଥିବା ସ୍ଥାନରେ ରହି ହାତୀଙ୍କ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି I

You Can Read:

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତକୁ ୨୦ବର୍ଷ ଜେଲ୍ ସହ ୮ ହଜାର ଟଙ୍କା ଜରିମନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.