ହଂସିତା-ଅନିଲଙ୍କୁ ମିଳିଲା ଜାମିନ, ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

Published By : Prameya-News7 Bureau | March 17, 2025 IST

କଟକ ଏକାଧିକ ଠକେଇ ମାମଲାରେ ଫସିଥିବା ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସା ଏବେ ଜେଲ୍‌ରୁ ମୁକୁଳିବେ । ସର୍ତ୍ତମୂଳକ ଭାବେ ଜାମିନରେ ଯିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ହଂସିତାଙ୍କ ସହିତ ସହଯୋଗୀ ଅନିଲ ମହାନ୍ତିଙ୍କ ଜାମିନ ଆବେଦନ ମଞ୍ଜୁର ହୋଇଛି । ଉଭୟ ହଂସିତା ଏବଂ ଅନିଲ ଜାମିନରେ ଯିବାକୁ ହେଲେ କେତେକ ସର୍ତ୍ତ ପୂରଣ କରିବେ । 

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟେ ପାସପୋର୍ଟ ସରେଣ୍ଡର କରିବେ । ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ । ସହର ବାହାରକୁ ଯିବାକୁ ହେଲେ ଆଇଓଙ୍କ ଅନୁମତି ନେବେ । ୫୦ହଜାର ଟଙ୍କାର ଜଣେ ଜାମିନଦାରଙ୍କ ବଦଳରେ ଉଭୟେ ଜାମିନରେ ଯାଇ ପାରିବେ । ଆବଶ୍ୟକ ହେଲେ ନିମ୍ନ ଅଦାଲତ ଅତିରିକ୍ତ ସର୍ତ୍ତ ରଖିପାରିବେ ବୋଲି ସୋମବାର ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲଖ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ହଂସିତା ଏବଂ ଅନିଲ ଏକାଧିକ ଠକେଇ ମାମଲାରେ ଫସିଛନ୍ତି । ତେବେ ପୂର୍ବରୁ ୨ଟି ମାମଲାରେ ଜାମିନ ପାଇ ସାରିଥିବା ବେଳେ ଆଜି ୩ୟ ମାମଲାରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ ।


You Can Read:

ଜଳୁଛି ପଶ୍ଚିମ ଓଡ଼ିଶା, ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.