କଟକ ୧୬।୪: ପଦ୍ମ ପୁରସ୍କାର ବିବାଦ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ । ଆବେଦନକାରୀଙ୍କୁ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ମାମଲା ଯୋଗ୍ୟ ଆବଶ୍ୟକୀୟ ତଥ୍ୟ ପ୍ରମାଣ ଦେବାରେ ଆବେଦନକାରୀ ଅସମର୍ଥ ହେଲେ, ଯାହାଦ୍ୱାରା କୋର୍ଟଙ୍କ ସମୟ ଅପଚୟ ହୋଇଛି । ତେଣୁ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ଜରିମାନା ରାଶିକୁ ଦାଖଲ କରିବା ଲାଗି ଆବେଦନକାରୀଙ୍କୁ ନିର୍ଦ୍ଦେଶ ହୋଇଛି ।
ପଦ୍ମ ପୁରସ୍କାର ପାଇଁ ଢେଙ୍କାନାଳର ସ୍ବନାମଧନ୍ୟ ସାରସ୍ୱତ ସାଧକ ଅନ୍ତର୍ଯ୍ୟାମୀ ମିଶ୍ର ଯୋଗ୍ୟ ବିବେଚିତ ହୋଇଥିଲେ । ସେ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି । ତେବେ ପଦ୍ମ ପୁରସ୍କାର ପାଇବାକୁ ସେ ହିଁ ପ୍ରକୃତ ଯୋଗ୍ୟ ବ୍ୟକ୍ତି ବୋଲି ଦାବି କରି ଭୁବନେଶ୍ୱର ବ୍ରହ୍ମେସ୍ୱର ପାଟଣା ବାସିନ୍ଦା ଅନ୍ତର୍ଯ୍ୟାମୀ ମିଶ୍ର ହାଇକୋର୍ଟରେ ମାମଲା ଦାୟର କରିଥିଲେ । ତେବେ ଉଭୟ ପକ୍ଷ ସମସ୍ତ ଆବଶ୍ୟକୀୟ ତଥ୍ୟ ସହିତ ବ୍ୟକ୍ତିଗତ ଭାବେ ହାଜର ହେବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ଦେଖାଇ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ହଜାର ହୋଇପାରିନଥିଲେ । ତେଣେ ଆବେଦନକାରୀ ସମସ୍ତ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । ତେବେ ଶୁଣାଣି ପାଇଁ ୩ଟି ତାରିଖ ଧାର୍ଯ୍ୟ ହୋଇଥିଲେ ହେଁ, ଆବେଦନକାରୀ ଅନ୍ତର୍ଯ୍ୟାମୀ ମିଶ୍ର କୌଣସି ଆବଶ୍ୟକୀୟ ତଥ୍ୟ କୋର୍ଟରେ ପେସ କରିପାରିନାହାନ୍ତି । ଯାହାକୁ ଆଧାର କରି ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।
You Can Read:
ହେମଗିରି ସ୍ଥିତ ଆର୍ଯ୍ୟନ କୋଲ୍ ୱାସେରୀ ସିଲ୍, କାଗଜପତ୍ର ଯାଞ୍ଚ ପରେ ଖୋଲିବା ନେଇ ସୂଚନା