କଟକ ୨୬/୯: ହାଇକୋର୍ଟରେ ଭରତପୁର ଥାନା ମାମଲା । କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କଲେ ହାଇକୋର୍ଟ । ପୀଡିତାଙ୍କ ଆହତ ରିପୋର୍ଟ କାହିଁକି ଦାଖଲ ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ତୁରନ୍ତ ଆହତ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ଏତଲା ରଦ୍ଦ କରିବା ନେଇ ମାମଲା ଦାୟର କରିଛନ୍ତି ପୀଡିତା । ଏବେ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଅକ୍ଟୋବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।