ଭୁବନେଶ୍ବର ୫।୬: ବିଜେପିକୁ ଫେରିବେ କି ହିମାଂଶୁ ଶେଖର ସାହୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଭେଟିଲେ ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ I ମଙ୍ଗଳବାର ରାତିରେ ଧମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ସହ ଯାଇ ଧର୍ମେନ୍ଦ୍ରଙ୍କୁ ଭେଟିଛନ୍ତି ।
ଧର୍ମଶାଳାରୁ ବିଜେପି ଟିକେଟ ନଦେବା ପରେ ସ୍ୱାଧୀନ ଭାବେ ଲଢ଼ି ବିଜୟୀ ହୋଇଛନ୍ତି ହିମାଂଶୁ ଶେଖର ସାହୁ । ଇତିହାସ ଲେଖିଲା ଧର୍ମଶାଳା ବିଧାନସଭା ମଣ୍ଡଳୀ । ୩୦ ବର୍ଷ ଧରି ଗୋଟିଏ ପରିବାର ହାତରେ ଥିବା ଏହି ଆସନକୁ ଛଡାଇ ଆଣିଛନ୍ତି ଟାଣୁଆ ଯୁବ ନେତା ତଥା ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ । ବିଜେଡି ଗଡ଼ରେ ଉଡାଇଛନ୍ତି ବିଜୟର ପତାକା । ବିଜେଡିର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କୁ ହରାଇ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ । ସମସ୍ତଙ୍କୁ ଚତିକ କରି ଅବିଶ୍ୱନୀୟ ସଫଳତା ପାଇଛନ୍ତି ହିମାଂଶୁ ଶେଖର ସାହୁ ।
ବିଧାନସଭା ପରିଣାମରେ ଧର୍ମଶାଳାରୁ ବିଜୟୀ ହୋଇଥିବା ହିମାଂଶୁ ଶେଖର ସାହୁଙ୍କୁ ୭୯୭୫୯ ଖଣ୍ଡ ଭୋଟ ମିଳିଛି । ଅନ୍ୟପଟେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କୁ ୭୫୬୦୯ ଭୋଟ ମିଳିଥିଲା । ନିର୍ଦଳୀୟ ପ୍ରାର୍ଥୀ ହିମାଂଶୁ ଶେଖର ନିଜର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ୪ ହଜାରରୁ ଅଧିକ ଭୋଟରେ ମାତ୍ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ଥର ହିମାଂଶୁ ଶେଖର ସାହୁ ବିଜେପି ଟିକଟ ପାଇଁ ଆଶାୟୀ ଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ସ୍ଥାନରେ ବିଜେପି ସ୍ମୃତିରେଖା ପହିଙ୍କୁ ଟିକେଟ ଦେଇଥିଲା । କିନ୍ତୁ ହିମାଂଶୁ ଶେଖର ମୈଦାନ ଛାଡ଼ି ନଥିଲେ । ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ବିଜୟ ବାଟରେ କଣ୍ଟା ହୋଇଥିଲେ । ଏବେ କର୍ମୀଙ୍କ ସହଯୋଗରେ ଜନତାଙ୍କ ଆଶୀର୍ବାଦ ବଳରେ ଧର୍ମଶାଳାରୁ ବିଜୟୀ ହୋଇଛନ୍ତି ହିମାଂଶୁ ଶେଖର ସାହୁ ।
You Can Read :
ଇତିହାସ ଲେଖିଲା ଧର୍ମଶାଳା ବିଧାନସଭା ମଣ୍ଡଳୀ, ବିଜେଡି ଗଡ଼ରେ ବିଜୟ ପତାକା ଉଡାଇଲେ ହିମାଂଶୁ ଶେଖର