ଇତିହାସ ଲେଖିଲା ଧର୍ମଶାଳା ବିଧାନସଭା ମଣ୍ଡଳୀ, ବିଜେଡି ଗଡ଼ରେ ବିଜୟ ପତାକା ଉଡାଇଲେ ହିମାଂଶୁ ଶେଖର

Published By : Prameya-News7 Bureau | June 04, 2024 IST

ଧର୍ମଶାଳା: ଇତିହାସ ଲେଖିଲା ଧର୍ମଶାଳା ବିଧାନସଭା ମଣ୍ଡଳୀ । ୩୦ ବର୍ଷ ଧରି ଗୋଟିଏ ପରିବାର ହାତରେ ଥିବା ଏହି ଆସନକୁ ଛଡାଇ ଆଣିଛନ୍ତି ଟାଣୁଆ ଯୁବ ନେତା ତଥା ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ । ବିଜେଡି ଗଡ଼ରେ ଉଡାଇଛନ୍ତି ବିଜୟର ପତାକା । ବିଜେଡିର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କୁ ହରାଇ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ । ସମସ୍ତଙ୍କୁ ଚତିକ କରି ଅବିଶ୍ୱନୀୟ ସଫଳତା ପାଇଛନ୍ତି ହିମାଂଶୁ ଶେଖର ସାହୁ । 

ବିଧାନସଭା ପରିଣାମରେ ଧର୍ମଶାଳାରୁ ବିଜୟୀ ହୋଇଥିବା ହିମାଂଶୁ ଶେଖର ସାହୁଙ୍କୁ ୭୯୭୫୯ ଖଣ୍ଡ ଭୋଟ ମିଳିଛି । ଅନ୍ୟପଟେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କୁ ୭୫୬୦୯ ଭୋଟ ମିଳିଥିଲା । ନିର୍ଦଳୀୟ ପ୍ରାର୍ଥୀ ହିମାଂଶୁ ଶେଖର ନିଜର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ୪ ହଜାରରୁ ଅଧିକ ଭୋଟରେ ମାତ୍ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଚଳିତ ଥର ହିମାଂଶୁ ଶେଖର ସାହୁ ବିଜେପି ଟିକଟ ପାଇଁ ଆଶାୟୀ ଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ସ୍ଥାନରେ ବିଜେପି ସ୍ମୃତିରେଖା ପହିଙ୍କୁ ଟିକଟ ଦେଇଥିଲା । କିନ୍ତୁ ହିମାଂଶୁ ଶେଖର ମୈଦାନ ଛାଡ଼ି ନଥିଲେ । ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ବିଜୟ ବାଟରେ ଚଟଣା ହୋଇଥିଲେ । ଏବେ କର୍ମୀଙ୍କ ସହଯୋଗରେ ଜନତାଙ୍କ ଆଶୀର୍ବାଦ ବଳରେ ଧର୍ମଶାଳାରୁ ବିଜୟୀ ହୋଇଛନ୍ତି ହିମାଂଶୁ ଶେଖର ସାହୁ ।

  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.