ନୂଆଦିଲ୍ଲୀ ୦୬/୦୧: ଭାରତରେ ଚିହ୍ନଟ ହେଲା ଚୀନ୍ରେ ବ୍ୟାପୁଥିବା HMPV ଭୂତାଣୁ । ବେଙ୍ଗାଲୁରୁରେ ୨ ଶିଶୁ ସଂକ୍ରମିତ । ୩ ମାସର ଶିଶୁ ଓ ୮ ମାସର ଶିଶୁଙ୍କ ଠାରେ HMPV ଭାଇରସ୍ ଚିହ୍ନଟ ହୋଇଛି । ଚାଇନା ଭୂତାଣୁ ଚିହ୍ନଟ ନେଇ ସ୍ପଷ୍ଟ କରିଛି ଆଇସିଏମ୍ଆର । ଏକ ଘରୋଇ ହସ୍ପିଟାଲରେ ପରୀକ୍ଷା କରାଯାଇଥିଲା ।
ଭାରତରୁ ଚିହ୍ନଟ ହେଲେ ଦୁଇ ହ୍ୟୁମାନ୍ ମେଟାନିମୋ ଭାଇରସ୍- HMPV ଆକ୍ରାନ୍ତ । ରୁଟିନ୍ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରେ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛି ଆଇସିଏମଆର। ପୂର୍ବରୁ ଜଣେ ୮ ମାସର ଶିଶୁ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ଏକ ତିନି ମାସର ଶିଶୁ HMPVରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।
ତେବେ ୩ ମାସର ଶିଶୁଟି ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ ୮ ମାସର ଶିଶୁଟି ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି। ସେପଟେ ଦୁଇଟି ମାମଲା ଚିହ୍ନଟ ହେବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜରୁରୀ ବୈଠକ ଡାକିଛି। କରୋନା ପରି ଚୀନ୍ରେ ଏହି ଭାଇରାସ୍ ବ୍ୟାପିବାରେ ଲାଗିଛି ।
ଏହି ନୂଆ ଭୂତାଣୁର ନାମ - ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା HMPV । ଏହି ନୂଆ ଭାଇରସ୍ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି । ତେବେ ଛୋଟ ପିଲାଙ୍କ ଠାରେ ଭୂତାଣୁ ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଏଥିରେ ଶ୍ୱାସ ଜନିତ ସମସ୍ୟା ଦେଖା ଦେଇଥାଏ । ଫୁସ୍ଫୁସ୍କୁ ପ୍ରଭାବିତ କରିଥାଏ ଏଚ୍ଏମ୍ପିଭି ଭୂତାଣୁ ।