ବଲିଉଡ୍‌ରେ କଙ୍ଗନାଙ୍କ କମ୍‌ବ୍ୟାକ୍‌, ଆରମ୍ଭ କଲେ 'ଭାରତ ଭାଗ୍ୟ ବିଧାତା' ସୁଟିଂ

NEWS7
holy-trinity-belongs-to-their-respective-chariots-at-puri

ନୂଆଦିଲ୍ଲୀ ୦୭।୦୧: ରାଜନୀତିରେ ପ୍ରବେଶ ଏବଂ ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନ ଜିତିବା ପରେ ଅଭିନୟରୁ ବ୍ରେକ୍ ନେଇଥିଲେ କଙ୍ଗନା ରଣାୱତ୍। ସେବେଠୁ ରାଜନୀତି ଜୀବନରେ ସେ ବ୍ୟସ୍ତ ରହିଛନ୍ତି। ଏବେ ସେ ପୁଣି ସେହି ଜାଗାକୁ ଫେରିଛନ୍ତି,ଯେଉଁଠୁ କ୍ୟାରିଅର୍ ଆରମ୍ଭ କରିଥିଲେ । ନିଜର ଅପକମିଂ ପ୍ରୋଜେକ୍ଟର ସୁଟିଂ ଆରମ୍ଭ କରିଛନ୍ତି। ଏ ବିଷୟରେ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ମୈଦାନକୁ ଫେରିଛନ୍ତି ବୋଲି ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀ ଜରିଆରେ ଫ୍ୟାନ୍ସ ସୂଚନା ଦେଇଛନ୍ତି କଙ୍ଗନା। ଆଗାମି ଦେଶାତ୍ମବୋଧ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ର ସୁଟିଂ ସେ ଆରମ୍ଭ କରିଛନ୍ତି। କଙ୍ଗନାଙ୍କୁ ବଡ଼ ପରଦାରେ ଦେଖିବାକୁ ତାଙ୍କ ଫ୍ୟାନ୍ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଶେଷ ଥର ‘ଏମର୍ଜେନ୍ସି’ରେ ସିନେ ପରଦାକୁ ଆସିଥିଲେ କଙ୍ଗନା। ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ନିଜେ ଦେଇଥିଲେ । ଏଥିରେ ସେ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନିର୍ବାହ କରିଥିଲେ । ତେବେ ଦର୍ଶକଙ୍କୁ ଥିଏଟରକୁ ଟାଣିବାରେ ଫିଲ୍ମ ଫେଲ୍ ହୋଇଥିଲା । ଏହା ପରେ ଆର୍. ମାଧବନ ଷ୍ଟାରର୍ ଏକ ଦ୍ୱିଭାଷୀ ଫିଲ୍ମର ସୁଟିଂ ଶେଷ କଲେ କଙ୍ଗନା। କିନ୍ତୁ ଅଦ୍ୟାବଧି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇନାହିଁ ।

ରିପୋର୍ଟ ଅନୁସାରେ, ‘କୁଇନ୍-୨’ ଓ ‘ତନୁ ୱେଡ୍ସ ମନୁ-୩’ ବି କଙ୍ଗନାଙ୍କ ସିନେ ଲିଷ୍ଟ୍ରେ ରହିଛି। କିନ୍ତୁ ଏ ନେଇ ଔପଚାରିକ ଘୋଷଣା ହୋଇନାହିଁ। ଖାସ୍ କଥା ହେଉଛି ଖୁବ୍ଶୀଘ୍ର ହଲିଉଡ୍ରେ ପାଦ ଥାପିବେ କଙ୍ଗନା। ‘ବି ଦ ଇଭିଲ୍’ରେ ଟାଇଲର୍ ପୋଜି ଓ ସ୍କାର୍ଲେଟ୍ ରୋଜ୍ ଷ୍ଟାଲୋନଙ୍କ ସହ ସେ ସ୍କ୍ରିନ୍ ଶେୟାର କରିବେ ।