ଭୁବନେଶ୍ୱର ୨୯/୧୧: ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର DGP ସମ୍ମିଳନୀକୁ ଉଦ୍ଘାଟନ କରିବେ ଅମିତ ଶାହ । ଗୃହମନ୍ତ୍ରୀ ଅମିତ ଶାହ ଦିନ ୧ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚଥିଲେ ।
ସେଠାରୁ ସିଧାସଳଖ ଲୋକସେବା ଭବନ କନ୍ଭେନସନ୍ ହଲକୁ ଯାଇଛନ୍ତି । ସେଠାରେ ଡିଜି-ଆଇଜିପି ସମ୍ମିଳନୀକୁ ଉଦ୍ଘାଟନ କରିବେ । ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ । ବୈଠକ ସରିବା ପରେ ଅମିତ ଶାହ ଆଇପିଏସ୍ ମେସ୍କୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି ।