ଜାନୁଆରୀ ୦୯ ତାରିଖ, ଗୁରୁବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | January 09, 2025 IST

ମେଷ- ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ବିବାହିତ ଜୀବନ ସୁଖମୟ ରହିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଛାତ୍ରମାନେ ଭଲ ଫଳାଫଳ ପାଇବେ । 

ବୃଷ- ଅଧିକ ବ୍ୟୟର ଯୋଗ ରହିଛି । ମନ ଅସୁବିଧାରେ ପଡ଼ିବ । କ୍ରୋଧରୁ ଦୂରେଇ ରୁହନ୍ତୁ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଙ୍କ ସାହାଯ୍ୟରେ ସମ୍ପତ୍ତିରୁ ଧନ ପ୍ରାପ୍ତ ହୋଇପାରିବ । ବିଦ୍ୟାର୍ଥୀମାନେ ମିଶ୍ର ଫଳ ପ୍ରାପ୍ତ କରିବେ ।

ମିଥୁନ- କିଛି ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ହେବ । ଅତ୍ୟଧିକ ପରିଶ୍ରମ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ । ଟଙ୍କା କାରବାରରେ ସାବଧାନ ରୁହନ୍ତୁ ।

କର୍କଟ- ଅଧିକ ଆୟର ଯୋଗ ରହିଛି । ଦିନଟି ଆପଣଙ୍କୁ ଉତ୍ତମ ଫଳ ଦେବ । ଅର୍ଥ ନିବେଶ ପାଇଁ ଦିନଟି ଖୁବ୍ ଭଲ ରହିଛି । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚାକିରି କ୍ଷେତ୍ରରେ ନୂତନ ପଦବୀ ମିଳିପାରେ ।

ସିଂହ- କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ । ଦିନଟିରେ ଦୃଢ଼ମନା ହୋଇ କାର୍ଯ୍ୟ କରିବେ । ଅଟକିଥିବା କାର୍ଯ୍ୟ ନିଶ୍ଚିତ ଭାବେ ସଂପୂର୍ଣ୍ଣ ହେବ। ଦୂର ସ୍ଥାନକୁ ଯାତ୍ରା କରିବେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ ।

କନ୍ୟା- ଦାନ ଧର୍ମ କରି ଦିନଟି କଟିବ । ମନରେ ସାମାନ୍ୟ ବିଷାଦ ସୃଷ୍ଟି ହୋଇପାରେ । ମନ ଖୁସି ହେବ, କିନ୍ତୁ ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ।  ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । ବ୍ୟବସାୟ ବିସ୍ତାର ପାଇଁ ଆପଣ ପରିବାରରୁ ଆର୍ଥିକ ସହାୟତା ପାଇପାରିବେ ।

ତୁଳା- ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେବ । ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇ ଖୁସି ହେବେ । ପରିବାରର ସହଯୋଗ ମିଳିବ । ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ଅଟକିଥିବା କାର୍ଯ୍ୟ ପୁନଃ ଆରମ୍ଭ କରିବେ। 

ବିଛା- ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ବିବାହିତ ଜୀବନ ଖୁସି ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଛାତ୍ରମାନେ ଭଲ ଫଳାଫଳ ପାଇବେ।

ଧନୁ- ମାନହାନି ହେବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଦୁର୍ବଳ ହେବ । ଦିନରେ କିଛି ବାଧା ବିଘ୍ନ ଦେଖା ଦେଇପାରେ । କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ ।

ମକର- ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଆର୍ଥିକ ସ୍ଥିତି ଠିକ୍‌ ରହିବ ନାହିଁ। ଅଯଥା ଖର୍ଚ୍ଚାନ୍ତ ହୋଇପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ଦିନଟି ବ୍ୟସ୍ତ ବହୁଳତାରେ କଟିବ । ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ ।

କୁମ୍ଭ- ସୁଖ ସମ୍ମାନ ଲାଭ ହେବ । ଭାବପ୍ରବଣତାକୁ ନେଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିବ । ସ୍ୱାସ୍ଥ୍ୟ ମଧ୍ୟମ ରହିବ । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ବହୁତ ଭଲ ରହିବ ।

ମୀନ- ଧନକ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଙ୍ଗରେ ଆଘାତ ଲାଗିପାରେ । କର୍ମ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ । ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟର ବଶବର୍ତ୍ତୀ ହେବେ ହେଲେ ମଧ୍ୟ ସମ୍ମାନପ୍ରାପ୍ତିର ଯୋଗ ରହିଛି ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ – 8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.