ମାଟି ଫଟାଇ ବାହାରୁଛି ଗରମ ପାଣି, ଦେଖିବାକୁ ଲାଗିଛି ଲୋକଙ୍କ ଗହଳି

Published By : Prameya-News7 Bureau | September 27, 2024 IST

ନିଆଳି ୨୭/୦୯: ମାଟି ଫଟାଇ ବାହାରୁଛି ଟକ୍ ଟକ୍ ଗରମ ପାଣି । ଅବିଶ୍ରାନ୍ତ ବର୍ଷାରେ ବି ଫୁଟୁଛି ପାଣି, ବାହାରୁଚି ବାମ୍ଫ । ଫଳରେ ଏହି ଦୃଶ୍ୟ ଦେଖିବାକୁ ସେହି ଅଞ୍ଚଳରେ ଲୋକଙ୍କ ଗହଳି ଲାଗିଛି । ତେବେ ପ୍ରକୃତ ଘଟଣା କମ ତାହା ଜଣାପଡିନି । କିନ୍ତୁ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଭିଡ ଲାଗିଛି । କଟକ ଜିଲ୍ଲା ନିଆଳି ଜଲାରପୁର ସାରୁଅ ସାହିରେ ଘଟିଛି ଏହି ଘଟଣା । 


ସୂଚନା ଥାଉକି, ରାସ୍ତା ପାର୍ଶ୍ଵରେ ଥିବା ବିଦ୍ୟୁତ ଖୁଣ୍ଟ ନିକଟରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ଲଗାଣ ବର୍ଷା ବେଳେ ଗୋଟିଏ ଖାଲୁଆ ସ୍ଥାନରୁ ବାହାରିଥିଲା ଗରମ ପାଣି । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଖାଲି ପାଣିରୁ ବାମ୍ପ ବାହାରିନଥିଲା ତ ପାଣି ଟକମକ ହୋଇ ଫୁଟୁଥିଲା । ଗାଁର କିଛି ଯୁବକ ସେହି ରାସ୍ତା ଦେଇ ଯାଉଥିବା ବେଳେ ପ୍ରଥମେ ଏହି ଦୃଶ୍ୟକୁ ଦେଖିଥିଲେ । ତେବେ ଘଟଣାକୁ ଅନେକ ଲୋକ ଅନେକ କଥା କହୁଛନ୍ତି । ଏହି ଦୃଶ୍ୟ ଦେଖିବାକୁ ସେହି ଅଞ୍ଚଳରେ ଲାଗିଥିଲା ଲୋକଙ୍କ ଭିଡ ଲାଗିଛି । ଲୋକେ ଏହାର ଭିଡିଓ ବି ବନେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.