ଲଗାଣ ବର୍ଷାରେ ଭୁଶୁଡିଲା ଘର, ମା’ ଓ ୨ ଝିଅ ଗୁରୁତର

Published By : Prameya-News7 Bureau | July 20, 2024 IST

ବୈପାରୀଗୁଡା ୨୦: ଲଗାଣ ବର୍ଷା ପ୍ରଭାବରେ ଘର କାନ୍ଥ ଭାଙ୍ଗି ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି l ଗୁରୁତରଙ୍କୁ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l 

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଚନ୍ଦ୍ରପୋଡ଼ା ପଞ୍ଚାୟତର ଅଟାଲଗୁଡା ଗାଁରେ ଅଭାବନୀୟ ଘଟଣା । ଗାଁର ଆନ୍ଦନ ପ୍ରଧାନୀଙ୍କ ଘର ଭାଙ୍ଗି ପରିବାର ୩ଜଣ ଗୁରୁତର ଅଛନ୍ତି । ଆନନ୍ଦଙ୍କ ସ୍ତ୍ରୀ ଓ ୨ ଝିଅ ଘର ଭିତରେ ରୋଷେଇ କରୁଥିବା ବେଳେ ମାଟି ଘରଟି ହଠାତ ଭୁଶୁଡ଼ି ପଡ଼ିଥିଲା । ଆଜବେଷ୍ଟ ସବୁ ଭାଙ୍ଗି ତାଙ୍କ ଉପରେ ପଡ଼ିଯାଇଥିଲା l ମା’ ଓ ୨ ଝିଅଙ୍କୁ ଗାଁ ଲୋକେ ଉଦ୍ଧାର କରି ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l

You Can Read:

ପିକଅପ୍‌-ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଦୁଇ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.