ବରଗଡରୁ ବିପୁଳ ପରିମାଣର କଫ୍ ସିରପ ଓ ନିଶା ଇଞ୍ଜେକ୍ସନ ଜବତ, ଜଣେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 06, 2024 IST

ବରଗଡ଼ ୬।୭: ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ନିଶା ସେବନ କରି ବା ନିଶା ଟିକକ ପାଇଁ ସହରରେ ଅପରାଧ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ବରଗଡ଼ ପୋଲିସ ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବା ସହ ଚଢ଼ାଉ ଜାରି ରଖିଛନ୍ତି । 

ଶନିବାର ଟାଉନ ଥାନା ପୋଲିସ ସହରର ୱାର୍ଡ ନମ୍ବର ୧ ମାଲପଡ଼ାର ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିଛି । ଏକ ଘରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୫୦୦ କଫ୍ ସିରପ୍, ୧୨୦୦ ନିଶା ଇଂଜେକ୍ସନ, ୨୦୦ ଷ୍ଟ୍ରିପ୍ ନିଶା ବଟିକା ସହ କିଛି ନଗଦ ଟଙ୍କା ଜବତ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବୁଲୁ ସାହୁକୁ ଗିରଫ କରି ବରଗଡ଼ ଟାଉନ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

You Can Read:

ରଥଖଳାକୁ ଆଜ୍ଞାମାଳ ବିଜେ, ସିଂହଦ୍ୱାର ସମ୍ମୁଖକୁ ଆସିବେ ତିନି ରଥ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.