୫୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 11, 2024 IST

ଭଦ୍ରକ ୧୧: ନକଲି ଜର୍ଦ୍ଦା ବେପାରୀଙ୍କୁ ଭଦ୍ରକ ପୋଲିସର ମାଷ୍ଟରଷ୍ଟ୍ରୋକ । ୫୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ସହ ବିପୁଳ ନକଲି ସାମଗ୍ରୀ ଜବତ ହୋଇଛି । ଦୁଇ ଜଣ ଗିରଫ ହେବା ସହ ଜଣେ ଫେରାର ହୋଇଯାଇଛି । 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ଏହି ନକଲି ଜର୍ଦ୍ଦା ଜବତ କରିଛି । ନକଲି ଜର୍ଦ୍ଦା ତିଆରି ନେଇ ଖବର ପାଇବା ପରେ ସିଟି ଡ଼ିଏସପି ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ୱରେ ୩ଟି ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ପୁରୁଣାବଜାର ଅଞ୍ଚଳର ହେଲାସାହି ଠାରେ ଚଢ଼ାଉ କରିଥିଲା । ଏକକାଳୀନ ୩ଟି ସ୍ଥାନରେ ରେଡ଼ ବେଳେ ବିପୁଳ ନକଲି ଜର୍ଦ୍ଦା ଜବତ କରିଛି । ନକଲି ଜର୍ଦ୍ଦା ସହ ବିଭିନ୍ନ କମ୍ପାନୀର ଲୋଗୋ, ମିକ୍ସଚର ମେସିନ, ଖାଲି ପାଉଚ, କେମିକାଲ ମଧ୍ୟ ଜବତ ହୋଇଛି । ଜବତ ନକଲି ଜର୍ଦ୍ଦାର ମୂଲ୍ୟ ୪୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ଏସକେ ରବାନୀ ଓ ଏସକେ ଖାଲିକ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମୀର ଇନାମ ଫେରାର ହୋଇଯାଇଥିବା କହିଛି ପୋଲିସ । ତେବେ ନକଲି ଜର୍ଦ୍ଦା ତିଆରି ବିଷୟରେ ଖବର ଥିଲେ ପୋଲିସକୁ ସୂଚନା ଦେବା ପାଇଁ ପୋଲିସ ଅନୁରୋଧ କରିଛି ।

You Can Read:

ଆଇପିଏସ୍ ଆଶିଷ ସିଂଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.