ୟୁପି ହାଥରସ୍‌ରେ ଚାଞ୍ଚଲ୍ୟ,ସ୍କୁଲର ବିକାଶ ପାଇଁ ଛାତ୍ର ବଳି, ସ୍କୁଲ ମାଲିକଙ୍କ ସମେତ ୫ ଗିରଫ

Published By : Prameya-News7 Bureau | September 27, 2024 IST

ଉତ୍ତରପ୍ରଦେଶ ୨୭/୯: ଉତ୍ତରପ୍ରଦେଶ ହାଥରସ୍‌ ଜିଲ୍ଲା ରସଗାଓଁରୁ ଆସିଛି ଚାଞ୍ଚଲ୍ୟକର ଘଟଣା । ସ୍କୁଲର ଉନ୍ନତି ପାଇଁ ଜଣେ ଛାତ୍ରଙ୍କୁ ବଳି ଦିଆଯାଇଛି । ମୃତକ ରସଗାଓଁର ଡିଏଲ୍‌ ପବ୍ଲିକ ସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଥିଲେ । ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ସ୍କୁଲର ମାଲିକ ଯଶୋଧନ ସିଂହ,ତାଙ୍କ ପୁଅ ତଥା ସ୍କୁଲ ନିର୍ଦ୍ଦେଶକ ଦିନେଶ ସିଂ । ଅନ୍ୟ ୩ ଜଣ ସ୍କୁଲର ଶିକ୍ଷକ ଥିବା ପୋଲିସ କହିଛି ।

ଯଶୋଧନ ଗୁଣିଗାରେଡି ଉପରେ ବିଶ୍ବାସ କରନ୍ତି । ସ୍କୁଲର ଉନ୍ନତି ପାଇଁ ସେ ଶିଶୁ ବଳି ଦେବାକୁ ଚାହୁଁଥିଲେ । ଆଉ ସେଥିପାଇଁ ସଂପୃକ୍ତ ଛାତ୍ରଙ୍କୁ ଟାର୍ଗେଟ କରିଥିଲେ । ସ୍କୁଲ ବାହାରେ ଥିବା ନଳକୂଅ ନିକଟରେ ମାରିବାର ପ୍ଲାନ କରିଥିଲେ । ସେଥିପାଇଁ ହଷ୍ଟେଲରୁ ଜବରଦସ୍ତ ଉଠାଇ ନେଉଥିବାବେଳେ ସେ ଚିତ୍କାର କରିଥିଲେ । ଜଣାପଡିଯିବା ଭୟରେ ଅଭିଯୁକ୍ତମାନେ ମିଶି ପିଲାକୁ ସେଠାରେ ତଣ୍ଟି ଚିପି ମାରିଦେଇଥିବା ପୋଲିସ କହିଛି । 

ତଦନ୍ତ ବେଳେ ପୋଲିସ ସ୍କୁଲ ପାଖରୁ ଗୁଣିଗାରେଡିରେ ବ୍ୟବହୃତ ଜିନିଷ  ପାଇ ଜବତ କରିଛି । ମୃତକଙ୍କ ବାପା କହିଛନ୍ତି ସୋମବାର ସକାଳେ ସ୍କୁଲ କର୍ତ୍ତୃପକ୍ଷ ଫୋନ କରି କହିଥିଲେ ପୁଅ ଦେହ ଖରାପ । ସଙ୍ଗେ ସଙ୍ଗେ ହଷ୍ଟେଲରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ କୁହାଯାଇଥିଲା ଯେ ପୁଅକୁ ସ୍କୁଲ ନିର୍ଦ୍ଦେଶକ ନିଜ କାରରେ ଡାକ୍ତରଖାନା ନେଇଯାଇଛନ୍ତି । ପରେ ସେ ଡାକ୍ତରଖାନା ଯିବା ପରେ ସ୍କୁଲ ନିର୍ଦ୍ଦେଶକଙ୍କ କାରରେ ପୁଅର ମୃତଦେହ ପଡିଥିବା ଦେଖିଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.