ଭଦ୍ରକ ୯।୧: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପ୍ରତିବାଦରେ ଆମରଣ ଅନଶନ । ୨୦୧୧ ମସିହାରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରି ଭଦ୍ରକ ଜିଲ୍ଲାପାଳଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯୁକ୍ତ ୨ରେ ଦୁଇ ଥର (ପ୍ରଥମେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ଏବଂ ପରେ ଯୁକ୍ତ ୨ ଧନ୍ଦାମୂଳକ ଓ ଉପଶାସ୍ତ୍ରୀ) ପାସ୍ କରି ନିଯୁକ୍ତି ପାଇଥିବା ଶିକ୍ଷା ସହାୟକଙ୍କ ବିରୁଦ୍ଧରେ ବହୁ ମେଧାବୀ ଆଶାୟୀ ଶିକ୍ଷା ସହାୟକ ପ୍ରାର୍ଥୀ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲା ଉଚ୍ଚ ନ୍ୟାୟାଳୟରେ ମାମଲା ଚାଲିଥିବା ବେଳେ ଭଦ୍ରକ ଶିକ୍ଷା ବିଭାଗ ସେମାନଙ୍କୁ ସତର୍କତାମୂଳକ ଭାବେ ନିଯୁକ୍ତି ଦେଇଥିଲେ । ଜିଲ୍ଲାରେ ଶହେରୁ ଅଧିକ ଶିକ୍ଷକ ଏହିଭଳି ଭାବେ ଯୁକ୍ତ ୨ରେ ଦୁଇ ଥର ପାସ୍ କରି ଆଜି ପର୍ଯ୍ୟନ୍ତ ଶିକ୍ଷକତା କରିଆସୁଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ଶିକ୍ଷକ ଶିକ୍ଷୟିତ୍ରୀ ସିଆରସିସି ଭଳି ଗୁରୁତ୍ବପୂର୍ଣ୍ଣ ପଦବୀରେ ମଧ୍ୟ ନିଯୁକ୍ତି ପାଇଛନ୍ତି । ଚଞ୍ଚକତା କରି ନିଯୁକ୍ତି ପାଇଥିବା ଶିକ୍ଷା ସହାୟକଙ୍କୁ ମେଧା ତାଲିକାରୁ ବାଦ୍ ଦେଇ ଆଶାୟୀ ଶିକ୍ଷା ସହାୟକମାନଙ୍କର ନାମ ପୁର୍ନବାର ମେଧା ତାଲିକାରେ ପ୍ରକାଶ ପାଇଁ ଗତ ମାର୍ଚ୍ଚ ମାସ ୨୮ତାରିଖରେ ଉଚ୍ଚ ନ୍ୟାୟାଳୟ ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିଯୁକ୍ତି ପ୍ରକ୍ରିୟା ଗତ ଜୁଲାଇ ୨୮ ତାରିଖ ମଧ୍ୟରେ ଶେଷ କରିବା ପାଇଁ କୋର୍ଟ ଆଦେଶ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସି ରହିଛି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଆଶାୟୀ ପ୍ରାର୍ଥୀମାନେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପରେ ଆଜି ପୁଣି ଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କହିଛନ୍ତି ଆଶାୟୀ ଶିକ୍ଷକ । ଯଦି ଉଚିତ ନ୍ୟାୟ ନମିଳେ ତେବେ ଶେଷରେ ନିଜକୁ ଆତ୍ମାହୁତି ଦେବା ନେଇ ଧାରଣାରେ ବସିଥିବା ଆଶାୟୀ ଶିକ୍ଷକ କହିଛନ୍ତି ।
You Can Read:
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଭାଗ୍ୟବାନ୍ ମନେ କରୁଛନ୍ତି ପ୍ରବାସୀ ଭାରତୀୟ