ଶିକାର କରିବାକୁ ଯାଇ ଶିକାରୀ ମୃତ, ନିଜ ବନ୍ଧୁକରୁ ଗୁଳି ଫୁଟି ଗଲା ଜୀବନ

Published By : Prameya-News7 Bureau | March 15, 2025 IST

ମୋହନା ୧୫ଶିକାର କରିବାକୁ ଯାଇ ଶିକାରୀ ମୃତ । ନିଜ ବନ୍ଧୁକ ଗୁଳିରେ ଶିକାର ହେଲେ ଶିକାରୀ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ପଦାସାହି ଗାଁରେ l ଶିକାର କରିବାକୁ ଯାଇ ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି l ମୃତ ଶିକାରୀ ହେଲେ ରାୟଗଡ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ l 

ସୂଚନାଯୋଗ୍ୟ ଯେ, ଗତ ଦୁଇ ମାସ ହେଲା ହରିଶ୍ଚନ୍ଦ୍ର ଓ ତାଙ୍କ ଦୁଇ ସମ୍ପର୍କୀୟ ସହ ମିଶି କୁଙ୍କୁଣୀ ପଦାସାହି ଗାଁରେ ରହି ଖଜୁରୀ କାଟୁଥିଲେ l ତେବେ ଶୁକ୍ରବାର ରାତି ପ୍ରାୟ ୮ଟାରେ ଗାଁ ଠାରୁ କିଛି ଦୂରରେ ଗୁଳି ଶବ୍ଦ ଶୁଭିଥିଲା l ଗାଁ ଲୋକେ ଘଟଣାସ୍ଥଳକୁ ଯାଇ ଦେଖିବା ପରେ ହରିଶ୍ଚନ୍ଦ୍ରଙ୍କ ପାଖରେ ଗୋଟିଏ ଦେଶୀ ବନ୍ଧୁକ ପଡ଼ିଥିବା ବେଳେ ତାଙ୍କ ଅନ୍ତ ବୁଜୁଳା ବାହାରି ପଡିଛି l ଦୁଇ ହାତ ମଧ୍ୟ ଗୁଳି ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି l ଘଟଣାସ୍ଥଳରେ ତାଙ୍କ ସ୍ତ୍ରୀ ପହଞ୍ଚିବା ସହ ତାଙ୍କ ଘରେ କୌଣସି ବନ୍ଧୁକ ନଥିଲା l ତେବେ ସେ କେଉଁଠୁ ବନ୍ଧୁକ ଆଣିଲା ତାହା ସେ ଜାଣିନଥିବା କହିଛନ୍ତି l ପୋଲିସ ଘଟଣାର ତଦନ୍ତ କରୁଛି l

You Can Read:

ଜନ୍ମମାଟିକୁ ଫେରିଲା CRPF ଯବାନଙ୍କ ମରଶରୀର, ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.