ଅନ୍ୟ ମହିଳାଙ୍କ ସହ ସ୍ଵାମୀର ଥିଲା ସମ୍ପର୍କ, ଛାଡପତ୍ର ମାଗିବାରୁ ପତ୍ନୀ ମୁହଁରେ ଫିଙ୍ଗିଲା ଏସିଡ୍

Published By : Prameya-News7 Bureau | September 27, 2024 IST

ମୁମ୍ଵାଇ ୨୭।୦୯: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏସିଡ୍ ଆକ୍ରମଣ ମାମଲା ସାମ୍ନାକୁ ଆସିଛି। ସ୍ଵାମୀଙ୍କ ପରକୀୟାକୁ ସନ୍ଦେହ କରିଥିଲେ ପତ୍ନୀ । ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଜାଣିବା ପରେ ମାଗିଥିଲେ ଛାଡପତ୍ର । ଏହାର ଜବାବରେ ତାଙ୍କ ସ୍ୱାମୀ ତାଙ୍କ ମୁହଁରେ ଏସିଡ୍ ଫିଙ୍ଗିଥିଲେ। ଏହି ଘଟଣା ପରେ ଆକ୍ରମଣ ପରେ ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଯେଉଁଠାରେ ମହିଳାଙ୍କ ସମ୍ପୂର୍ଣ୍ଣ ଚେହେରା ଜଳି ଯାଇଥିବା ବେଳେ ଚିକିତ୍ସିତ ହେଉଛନ୍ତି।

ଏପରି ଏକ ନାରକୀୟ କାଣ୍ଡ ମୁମ୍ବାଇର ମାଲବଣି ଅଞ୍ଚଳରେ ଘଟିଛି । ଜଣେ ୩୪ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ। ଉଭୟଙ୍କ ବୈବାହିକ ଜୀବନ ଭଲରେ ଚାଲୁଥିଲା କିଛି । ହେଲେ ହଠାତ୍‌ ବ୍ୟକ୍ତିଜଣକ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କରେ ଥିବା ଜାଣିବାରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ବଢିଥିଲା । 

ଏଥିରେ ମହିଳା ଜଣକ ବିରକ୍ତ ହୋଇ ନିଜ ବାପ ଘରକୁ ଚାଲି ଯାଇଥିଲେ। ପରେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଏଥିରେ ବ୍ୟକ୍ତି ଜଣକ ପତ୍ନୀଙ୍କ ପାଖ ପହଞ୍ଚି ଝଗଡା କରିବା ପରେ ରାଗି ଯାଇ ପତ୍ନୀଙ୍କ ମୁହଁକୁ ଏସିଡ ପକାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏନେଇ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.