ଫୁଲବାଣୀ ୧୩।୮: କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଅମ୍ରିତ ରୁତୁରାଜ ଦାୟିତ୍ଵ ଗ୍ରହଣ କରିଛନ୍ତି । ଦାୟିତ୍ଵ ଗ୍ରହଣ କରିବା ପରେ ଜିଲ୍ଲାପାଳ କହିଛନ୍ତି, କନ୍ଧମାଳ ଜିଲ୍ଲା ଏକ ବିକାଶଶୀଳ ଆକାଂକ୍ଷୀ ଜିଲ୍ଲା ହୋଇଥିବାରୁ ଜିଲ୍ଲାର ବ୍ୟକ୍ତି ଏବଂ ପରିବାରର ଆୟ କିପରି ବୃଦ୍ଧି ପାଇବ । ଜିଲ୍ଲାର ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନରେ କିପରି ଉନ୍ନତି ହୋଇପାରିବ ସେଥିପ୍ରତି ପ୍ରାଥମିକତା ଦେବେ ବୋଲି କହିଛନ୍ତି । ରୁତୁରାଜ ଏଥିପୂର୍ବରୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ଯେପରି ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟକରି ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ସେହିପରି ଆଦିବାସୀ ଅଧ୍ୟୁଷିତ ଅନ୍ନୁନ୍ନତ କନ୍ଧମାଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟକରିବା ସହ ଲୋକେ ଯେପରି ନ୍ୟାୟ ପାଇବେ ସେଥିପ୍ରତି ନୂତନ ଜିଲ୍ଲାପାଳ ଗୁରୁତ୍ଵ ଦେବେ ବୋଲି ବୁଦ୍ଧିଜିବୀ, ସ୍ଥାନୀୟ ଜନସାଧାରଣ ଆଶା ପ୍ରକାଶ କରିଛନ୍ତି ।
କନ୍ଧମାଳ ଜିଲ୍ଲାରେ ଗତ ଦୁଇ ବର୍ଷ ଧରି ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଆସୁଥିବା ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କର ମାଲକାନଗିରି ଜିଲ୍ଲାପାଳ ଭାବେ ବଦଳି ହୋଇଛି ।
You Can Read:
ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡ଼ିବା ଘଟଣାର ତଦନ୍ତ ଆରମ୍ଭ, ୩ ଜଣିଆ କମିଟିର ପଚରାଉଚରା