ନୂଆଦିଲ୍ଲୀ ୦୩/୦୮: ପାକିସ୍ତାନରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି ୨୦୨୫ । ପାକିସ୍ତାନକୁ ମିଳିଛି ଏହି ଚାନ୍ସ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତାବର୍ଷ ଫେବୃୟାରୀ-ମାର୍ଚ୍ଚରେ ଖେଳାଯିବ । ଏନେଇ ପ୍ରସ୍ତାବ ଦିଆଯାଇଛି । ଯଦିଓ ଏହାର ଯଥା ସମ୍ଭାବନା ରହିଛି କି ଭାରତୀୟ ଟିମ୍ ପାକିସ୍ତାନ ଯାତ୍ରା କରିବନି । କୂଚନୈତିକ ସ୍ତରରେ ଏନେଇ ଆଲୋଚନା ଚାଲିଛି । ତେବେ ଶେଷ ନିଷ୍ପତ୍ତି ଭାରତ ସରକାରଙ୍କ ଉପରେ ଛାଡିଦିଆଯାଇଛି । ଏହାରି ଭିତରେ ଚାମ୍ପଅନ୍ସ ଟ୍ରଫିକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।
ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ପାଇଁ ପାଖାପାଖି ୭ କୋଟି ଡଲାର ବଜେଟ ମଞ୍ଜୁରୀ ଦେଇଛନ୍ତି । ଆଇସିସିର ନିକଟସ୍ଥ ସୂତ୍ରରୁ ଜଣାପଡିଛି କି ବିସିସିଆଇ ସଚିବ ଜୟ ଶାହା ଉପାଧ୍ୟକ୍ଷ କମିଟି ଆଇସିସିର ବିତ୍ତ ଓ ବାଣିଜ୍ୟ ସମିତି ବଜେଟ୍ ମଞ୍ଜୁରୀ କରିସାରିଲାଣି । ସୂତ୍ରରୁ ଜଣାପଡିଛି ଆନୁମାନିକ ବଜେଟ ସାତ କୋଟି ଡଲାର ଅଟେ । କହିବାକୁ ଗଲେ ମୋଟ ବଜେଟ୍ ଅତିରିକ୍ତ ଖର୍ଚ୍ଚକୁ ନେଇ ଆଇସିସି ଗତ ବୈଠକରେ ଅନେକ ଅଟକଳ ଥିଲା ।
ଯଦି ଭାରତୀୟ ଟିମ୍ ପାକିସ୍ତାନ ନଆସେ ତେବେ ମ୍ୟାଚ୍କୁ ଅନ୍ୟ କୌମସି ସ୍ଥାନକୁ ନେବାର ବ୍ୟବସ୍ଥା ଅଛି । ସୂତ୍ରରୁ ଜଣାପଡିଛି କି, ୪୫ ଲକ୍ଷ ଡଲାର ବହୁତ କମ୍ ଅଟେ । ପିସିବି ବୋର୍ଡ ଚାମ୍ପିଅନ୍ସ ଟ୍ରଫି ସିଡ୍ୟୁଲ୍ଡ ପ୍ରସ୍ତୁତ କରି ଆଇସିସି ଏବଂ ଏହାର ସଦସ୍ୟ ସବୁ ଦେଶକୁ ମଞ୍ଜୁରୀ ଲାଗି ଆବେଦନ କରିଛି । ସବୁ ଦେଶରୁ ଗ୍ରୀନ ସିଗ୍ନାଲ ପାିବା ପରେ ଜାରି ହେବ ନିର୍ଦ୍ଦେଶନାମା ।
ଏହି ନିର୍ଦ୍ଦେଶନାମା ଅନୁସାରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ କରାଚିରେ ୧୯ ଫେବୃୟାରୀରେ ଖେଳାଯିବ । ମାର୍ଚ୍ଚ ୯ରେ ଖେଳାଯିବ ଫାଇନାଲ ମ୍ୟାଚ୍ । ଓପନିଂ ତୁଳନାରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡମଧ୍ୟରେ ଖେଳାଯିବ ମୁକାବିଲା । ଏହାସହ ବିବରଣୀ ମୁତାବିକ୍ ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପ୍ରେ ରଖାଯିବ ।