ନୂତନ ପ୍ରଜାତିର କୋଚିଆ ମାଛ “ଓପିକଥସ ସୂର୍ଯ୍ୟାଇ" ଚିହ୍ନଟ

Published By : Prameya-News7 Bureau | June 14, 2024 IST

ବ୍ରହ୍ମପୁର ୧୪।୬: ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଦ୍ୱାରା ଏକ  ନୂତନ ପ୍ରଜାତିର କୋଚିଆ ମାଛ ଚିହ୍ନଟ  କରାଯାଇଛି l ବୈଜ୍ଞାନିକ ଡ଼ ଅନିଲ ମହାପାତ୍ରଙ୍କ ମତରେ ଏହା ପୃଥକ ଭାବେ ଏକ ନୂତନ ପ୍ରଜାତି ମାଛ ଏବଂ ଏହି ମାଛ ଓଡିଶାର ସୁବର୍ଣ୍ଣରେଖା ମୁହାଁଣ ଏବଂ ବାହୁଦା ମୁହାଁଣରୁ ସଂଗ୍ରହ କରାଯିବା ସହ ପାରାଦୀପ ଉପକୂଳରୁ ମଧ୍ୟ ସଂଗ୍ରହ କରା ଯାଇଥିଲା l ଏହି ନୂତନ ପ୍ରଜାତି ମାଛର ନାମ ଓପିକଥସ ସୂର୍ଯ୍ୟାଇ ରଖାଯାଇଛି । ଓଡିଶା ମତ୍ସ୍ୟ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଏବଂ ପୂର୍ବତନ ମତ୍ସ୍ୟ ପରାମର୍ଶଦାତା  ସୂର୍ଯ୍ୟ କୁମାର ମହାନ୍ତିଙ୍କ ସମ୍ମାନାର୍ଥେ  ଏଭଳି ନାମ ରଖାଯାଇଥିବା ନେଇ ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର କହିଛନ୍ତି । ମତ୍ସ୍ୟ ଗବେଷଣା ସୂର୍ଯ୍ୟ କୁମାର ମହାନ୍ତିଙ୍କ ପାଖରୁ ଶିଖିଥିବା ଯୋଗୁଁ  ମହାନ୍ତିଙ୍କ ସମ୍ମାନର୍ଥେ ଏହି ପ୍ରଜାତିର ନାମ କରଣ ତାଙ୍କ ନାମ ଅନୁସାରେ କରିଛନ୍ତି l 

ଓଡିଶା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ମତ୍ସ୍ୟଚାଷ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପ୍ରାଧିକରଣ । ଏହି ମାଛକୁ ପ୍ରଥମେ ଡ଼ ମହାପାତ୍ର ଏବଂ ରାଜେଶ କୁମାର ବେହେରା ଓଡିଶାର ସୁବର୍ଣ୍ଣରେଖା ମୁହାଁଣ ଅବସ୍ଥିତ ତାଳସେରୀ ପାଖରୁ ଚାରୋଟି ନମୁନା ସଂଗ୍ରହ କରିଥିଲେ ।  ପୁନର୍ବାର ଏହି ମାଛ ପାରାଦ୍ୱୀପ ସ୍ଥିତ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମିଳିଥିଲା l ଏହି ମାଛର ଗବେଷଣା ଚାଲିଥିଲା ସମୟରେ ପୁନଶ୍ଚ ଏହା ସୁନାପୁର ବେଳାଭୂମି ନିକଟସ୍ଥ ବାହୁଦା ମୁହାଁଣରୁ ମିଳିଥିଲା l ଉଭୟ ସୁବର୍ଣ୍ଣରେଖା ଏବଂ ପାରାଦୀପ ଉପକୂଳ ନମୁନାର ବାହ୍ୟ ଶରୀରକୁ ଅନୁଧ୍ୟାନ କରିବାରୁ ଦୁଇଟି ଜାଗାର ମାଛ ଦୁଇ ପ୍ରକାର ବୋଲି ଅନୁଭବ କରାଯାଇଥିଲା l ସେମାନଙ୍କ ଦାନ୍ତ ଟିକେ ଭିନ୍ନ ଥିଲା l ତେଣୁ ୨ଟି ଭିନ୍ନ ନମୁନାର ଡ଼ିଏନଏ ବିସ୍ଲେଷଣ କରାଯିବା ପରେ ଦୁଇଟି ଭିନ୍ନ ଆକାରର ଏହି ମାଛ ସମ ପ୍ରଜାତିର ଏବଂ ପୂର୍ବ ସମ ପ୍ରଜାତି ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ l ଏହି ମାଛର ସମ୍ପୂର୍ଣ୍ଣ ଗବେଷଣା ଗବେଷକ ରାଜେଶ କୁମାର ବେହେରା ଏବଂ ସ୍ମୁତିରେଖା ଆଚାର୍ଯ୍ୟ ମିଳିତ ଭାବେ କରିଥିଲେ l ଏହି ମାଛର ସମ୍ପୂର୍ଣ୍ଣ ଗବେଷଣା ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର ଏବଂ ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ରଙ୍କ ତତ୍ଵାବଧାନରେ ହୋଇଥିଲା l ଏହି ମାଛଟି ସାଧାରଣତଃ ମୁହାଣ ନିକଟବର୍ତ୍ତୀ ଏବଂ ଉପକୂଳ ବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି l ୧୪୪ ସଂଖ୍ୟକ ମେରୁଦଣ୍ଡ ବିଶିଷ୍ଟ ହାଡ ରହିଥିବା ଏହି ମାଛର ଡରସାଲ ଫିନର ଅବସ୍ଥିତି ଅନ୍ୟ ସମ ପ୍ରଜାତି ମାନଙ୍କଠୁ ସମ୍ପୂର୍ଣ୍ଣ ଭିନ୍ନ । ଏହାର ଦାନ୍ତ ମୁନିଆ ଏବଂ ଏକରୁ ବହୁ ଧାଡି ବିଶିଷ୍ଟ l ଏହି ମାଛର ସବିଶେଷ ବିବରଣୀ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପତ୍ରିକା “ବୁଲେଟିନ ଅଫ ମେରାଇନ ସାଇନ୍ସ”ରେ ପ୍ରକାଶ ପାଇଛି l ଏହି ମାଛର ଆବିଷ୍କାର ପରେ ଭାରତରେ ଏହି ପ୍ରଜାତିର ସଂଖ୍ୟା  ୧୬କୁ ବୃଦ୍ଧି ପାଇଛି l

You Can Read :

ପରିତ୍ୟକ୍ତ କୂଅରେ ପଡିଲା ଗାଈ, ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.