ଦୁଇଟି ଆନ୍ଦୋଳନ ସଫଳ, କଂଗ୍ରେସର ମଙ୍ଗ ଧରି ପାରନ୍ତି ମହମ୍ମଦ ମୋକିମ

Published By : Prameya-News7 Bureau | September 19, 2024 IST

ଭୁବନେଶ୍ଵର: ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜଧାନୀରେ ଜୋରଦାର ବିରୋଧ ପ୍ରଦର୍ଶନ କଲା କଂଗ୍ରେସ । ବିଜେପି ପାର୍ଟି ଅଫିସ ଘେରାଉ ପାଇଁ ଯାଉଥିବା ବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ କଂଗ୍ରେସ କର୍ମୀ । ଗତ ଅଗଷ୍ଟରେ ମଧ୍ୟ ସମାନ ଢ଼ଙ୍ଗରେ ED ଅଫିସ ଘେରାଉ କରିଥିଲା କଂଗ୍ରେସ । ବର୍ତ୍ତମାନ   ରାଜ୍ୟ କଂଗ୍ରେସର କେହି ମୁଖିଆ ନଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ନେତୃତ୍ବରେ ଦୁଇ ଦୁଇଟି ପ୍ରଭାବୀ ଆନ୍ଦୋଳନକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । କୁହାଯାଉଛି ଆଗକୁ ମହମ୍ମଦ ମୋକିମ୍ ହିଁ ଧରିପାରନ୍ତି କଂଗ୍ରେସର ମଙ୍ଗ ।

ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜଧାନୀରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ । ବିଜେପି ପାର୍ଟି ଅଫିସ ଘେରାଉ ପାଇଁ ଯାଉଥିବା ବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ କଂଗ୍ରେସ କର୍ମୀ । ଯେତେବେଳେ ଦୀର୍ଘ ଦିନ ହେଲା ରାଜ୍ୟ କଂଗ୍ରେସର କେହି ମଙ୍ଗୁଆଳ ନାହାନ୍ତି । ମାସ ମାସ ଧରି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ତାଲା ଝୁଲୁଛି । ରାଜ୍ୟ କଂଗ୍ରେସର କୌଣସି ବଡ଼ ଆକ୍ଟିଭିଟି ଦେଖିବାକୁ ମିଳୁନି । ଠିକ୍ ସେତିକି ବେଳେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ନେତୃତ୍ବରେ ଶହ ଶହ କର୍ମୀ ଏକାଠି ହେବା ଏବଂ ବେଶ୍ ପ୍ରଭାବୀ ଢ଼ଙ୍ଗରେ ଦୁଇ ଦୁଇଟି ଆନ୍ଦୋଳନକୁ ସଫଳ କରାଇବାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । 

Also read: ଭରତପୁର ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମେଜରଙ୍କ ବାନ୍ଧବୀ, କାନ୍ଦି କାନ୍ଦି କହିଲେ...

କୁହାଯାଉଛି ଆଗକୁ ମହମ୍ମଦ ମୋକିମ୍ ହିଁ ଧରିପାରନ୍ତି ରାଜ୍ୟ କଂଗ୍ରେସର ମଙ୍ଗ। ଦୀର୍ଘ ଦୁଇ ମାସରୁ ଅଧିକ ସମୟ ହେଲାଣି କଂଗ୍ରେସ ସଭାପତି ପଦ ଘୋଷଣା ହୋଇନଥିବା ବେଳେ କେବଳ ଷ୍ଟିୟରିଂ କମିଟି ଘୋଷଣା କରି ଅଟକି ଯାଇଛି AICC । ଠିକ୍ ସେତିକିବେଳେ ମୋକିମଙ୍କ ଆଗ୍ରେସିଭ୍ ଆକ୍ଟିଭିଟିକୁ ଦେଖିଲେ, ମୋକିମ୍ ହିଁ ବରବର୍ତ୍ତୀ ପିସିସି ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

ଏବେ କେନ୍ଦ୍ର ଓ ରାଜ୍ୟ ଉଭୟ ଜାଗାରେ ବିଜେପି ସରକାର । ଏମିତିରେ ଯେତେବେଳେ ରାହୁଲ ଗାନ୍ଧୀଙ୍କ  ପ୍ରତି ବିଜେପି ତଥା ଏନଡିଏର ନେତା କୌଣସି ପ୍ରକାର ଆକ୍ରମଣାତ୍ମକ ମନ୍ତବ୍ୟ ରଖୁଛନ୍ତି, ତାକୁ ନେଇ ରାଜ୍ୟ କଂଗ୍ରେସ ପ୍ରତିକ୍ରିୟାଶୀଳ ହେବା ବି ସ୍ବଭାବିକ । ଏମିତିରେ କଂଗ୍ରେସ କହିଛି ଯେଉଁମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ଯାହାର ଜବାବ୍ ରଖିଛି ବିଜେପି । ଦଳ କହିଛି ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ସମସ୍ତଙ୍କର ଅଛି । 

ହେଲେ କଂଗ୍ରେସ ଭଳି ବିଜେପି କେବେ ବିରୋଧୀ ଦଳରେ ଥିବା ବେଳେ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିନି । ରାଜନୀତିରେ ଏହା ଗ୍ରହଣୀୟ ନୁହେଁ । ସେପଟେ କିଏ ହେବ ପିସିସି ସଭାପତି ହାଇକମାଣ୍ଡଙ୍କ ପାଖରେ ଅଟକିଛି ନିଷ୍ପତ୍ତି । କୁହାଯାଉଛି ଚଳିତମାସ ଶେଷ ସୁଦ୍ଧା ରାଜ୍ୟ କଂଗ୍ରେସର ନୂଆ ମଙ୍ଗୁଆଳଙ୍କ ନାଁ ଘୋଷଣା ହୋଇପାରେ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.