SIR ସମୟରେ ବିଏଲଓଙ୍କୁ ଧମକ ଦେବା ଗ୍ରହଣୀୟ ନୁହେଁ- ସୁପ୍ରିମକୋର୍ଟ

NEWS7
if-vajpayee-was-there-today-jammu-and-kashmir-would-not-be-like-this-chief-minister-omar-abdullah--

ନୂଆଦିଲ୍ଲୀ, ୦୯/୧୨:ସୁପ୍ରିମକୋର୍ଟ ମଙ୍ଗଳବାର ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟ ପକ୍ଷରୁ ଦାଖଲ ହୋଇଥିବା ସ୍ପେଶାଲ ଇନଟେନସିଭ୍ ରିଭିଜନ୍ ବା ଏସଆଇଆର ମାମଲାର ଶୁଣାଣି କରିଛନ୍ତି । ବିଭିନ୍ନ ରାଜ୍ୟରେ ଏସଆଇଆରରେ ବିଏଲଓଙ୍କୁ ଧମକାଉଥିବା ଅଭିଯୋଗକୁ ମଧ୍ୟ କୋର୍ଟ ଗୁରୁତର ସହ ନେଇଛନ୍ତି । ଏହାସହ ନିର୍ବାଚନ କମିଶନଙ୍କୁ ମଧ୍ୟ ଅନେକ ପରାମର୍ଶ ଦିଆଯାଇଛି ।

ମଙ୍ଗଳବାର ଏସଆଇଆର ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଅନେକ ରାଜ୍ୟରୁ ଏସଆଇଆର ପ୍ରକ୍ରିୟାକୁ ସହଯୋଗ ମିଳୁନାହିଁ । ବିଏଲଓଙ୍କୁ ଅତ୍ୟଧିକ କାମ କରିବାକୁ ଧମକ ମିଳୁଛି । ଏହା ଉପରେ ଧ୍ୟାନ ଦେବା ଜରୁରୀ । ନହେଲେ ଅରାଜକତା ସୃଷ୍ଟି ହେବ ।

ନିର୍ବାଚନ କମିଶନଙ୍କ ପକ୍ଷରୁ ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ । ତାଙ୍କୁ କୋର୍ଟ କହିଛନ୍ତି ଯେ, ଯଦି ବିଏଲଓମାନେ ସହଯୋଗ କରୁନାହାଁନ୍ତି ତେବେ କୋର୍ଟଙ୍କ ନଜରକୁ ଆଣନ୍ତୁ । ଯାହାପରେ ଆଇନଜୀବୀ ନିର୍ଦ୍ଦେଶ ନମାନିଲେ ନିର୍ବାଚନ କମିଶନ ପୋଲିସକୁ ନିୟୋଜିତ କରିବେ ବୋଲି କହିଥିଲେ । କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନେହେବା ଯାଏଁ ପୋଲିସକୁ କମିଶନ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ଜଷ୍ଟିସ ବାଗଚୀ କହିଛନ୍ତି । ଏହାପରେ ଆଇନଜୀବୀ ଦ୍ୱିବେଦୀ ନିର୍ବାଚନ କମିଶନଙ୍କ ପାଖରେ ସମସ୍ତ ସାମ୍ବିଧାନିକ ଅଧିକାର ଥିବା ପ୍ରକାଶ କରିଥିଲେ ।

ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ସ୍ଥିତି ଉପରେ ନଜର ନରଖିଲେ ଅରାଜକତା ସୃଷ୍ଟି ହେବ । ଅନ୍ୟ ଦିଗରେ ଆଇନଜୀବୀ ଦ୍ୱିବେଦୀ କହିଛନ୍ତି ଯେ, ପଶ୍ଚିମବଙ୍ଗ ହିଂସା ସହ ବିଏଲଓଙ୍କୁ ଆତ୍ମହତ୍ୟାକୁ ଯୋଡା ଯାଇପାରିବ ନାହିଁ । କାରଣ ସେମାନଙ୍କୁ୩୦-୩୫ଭୋଟର ରହୁଥିବା-ଟି ଘରେ ସର୍ଭେ କରିବାକୁ ହୁଏ ।

ଏହା ପରେ ଜଷ୍ଟିସ ବାଗଚୀ କହିଛନ୍ତି ଯେ, କାମ ସହଜ ନୁହେଁ । ଏହାକୁ ଟେବୁଲରେ ବସି କରିହେବ ନାହିଁ । ଘର ଘର ବୁଲି ଫର୍ମ ପୂରଣ କରିବାକୁ ହୁଏ । ତାକୁ କମ୍ପ୍ୟୁଟରରେ ଅପଲୋଡ୍ କରିବାକୁ ହୋଇଥାଏ । ଏହା ଯେତେ ସହଜ ଦେଖାଯାଏ ସେତେ ସହଜ ନୁହେଁ ।

ଅନ୍ୟଦିଗରେ ଆବେଦନକାରୀଙ୍କ ପାଇଁ ମାମଲା ଲଢୁଥିବା ବରିଷ୍ଠ ଅଧିବକ୍ତା ଭି ଗିରି ଏସଆଇଆର କାମରେ ନିୟୋଜିତ ବିଏଲଙ୍କୁ ସୁରକ୍ଷା ଦାବି କରିଥିଲେ । ବିଏଲଓଙ୍କୁ ଧମକ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଥିଲେ ।