IIFA Awards 2024: ଶାହରୁଖ-ଐଶ୍ଵର୍ଯ୍ୟା-ରାନୀ ଶ୍ରେଷ୍ଠ କଳାକାର, ଆନିମଲ ବେଷ୍ଟ ଫିଲ୍ମ

Published By : Prameya-News7 Bureau | September 29, 2024 IST

ମୁମ୍ଵାଇ ୨୯।୦୯; ବର୍ତ୍ତମାନ ଦୁବାଇର ଆବୁଧାବିରେ ବଲିଉଡ ତାରକାଙ୍କ ଝଲକ ଝଲସି ଉଠୁଛି। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଦକ୍ଷିଣ ସିନେମା ପର୍ଯ୍ୟନ୍ତ। ପ୍ରାୟ ସମସ୍ତ ବଡ ତାରକା ସେଠାକୁ ଆସିଛନ୍ତି । ସେଠାରେ ଅନୁଷ୍ଠିତ ହୋଇଛି  ଇଣ୍ଟରନ୍ୟାସନାଲ  ଇଣ୍ଡିଆନ ଫିଲ୍ମ ଏକାଡେମି IIFA ଆୱାର୍ଡ।  ଏହି ଆୱାର୍ଡରେ ବହୁ ବଡ ତାରକା ପରଫମାନ୍ସ କରିଥିବା ବେଳେ ଅନ୍ୟ ଅନେକ ତାରକା ବର୍ଷ ସାରା ଦେଇଥିବା ପରଫମାନ୍ସ ପାଇଁ ସମ୍ମାନିତ ହୋଇଥିଲେ । ଆବୁଧାବିରେ ତିନି ଦିନ ଧରି IIFA 2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବଲିଉଡର ରୋମାନ୍ସ କିଙ୍ଗ୍‌ ଶାହାରୁଖ ଖାନ IIFA ଆୱାର୍ଡ ମଞ୍ଚରେ ବିକି କୋଶଲଙ୍କ ସହ ହୋଷ୍ଟ କରିଥିଲେ । ଦୁହିଁଙ୍କ କେମେଷ୍ଟ୍ରି ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଥିଲା । କେବଳ ଏତିକି ନୁହେଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା। ରଣବୀର କପୁରଙ୍କ ଅଭିନୀତ ଆନିମଲକୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ମିଳି ଥିବାବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ ପୁରସ୍କାର ରାନୀ ମୁଖାର୍ଜୀଙ୍କୁ ଦିଆଯାଇଥିଲା, କିନ୍ତୁ ଆପଣ ଜାଣନ୍ତି ବର୍ଷର ସର୍ବୋତ୍ତମ ଚଳଚ୍ଚିତ୍ର କେଉଁଟି ଥିଲା? ତେବେ ଆସନ୍ତୁ ଜାଣିଵା ସମ୍ପୂର୍ଣ୍ଣ ତାଲିକା । କିଏ କେଉଁ ପୁରସ୍କାର ପାଇଲା ...

IIFA ୨୦୨୪ ୱିନର ଲିଷ୍ଟ :
ବେଷ୍ଟ ଫିଲ୍ମ: ଆନିମଲ।
ବେଷ୍ଟ ଡାଇରେକ୍ଟର: ବିଧୁ ବିନୋଦ ଚୋପ୍ରା - 12th ଫେଲ୍।
ବେଷ୍ଟ ଅଭିନେତା: ଶାହରୁଖ ଖାନ – ଜୱାନ।
ବେଷ୍ଟ ଆକ୍ଟ୍ରେସ: ରାଣୀ ମୁଖାର୍ଜୀ -  ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ।
ବେଷ୍ଟ ସପୋର୍ଟି ଆକ୍ଟର: ଅନିଲ କପୁର - ଆନିମଲ।
ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ୍‌: ଶବାନା ଆଜମି - ରକି ଔର ରାନୀ କି ପ୍ରେମ କାହାନୀ।
ବେଷ୍ଟ ନେଗେଟିଭ୍‌ ରୋଲ : ବବି ଦେଓଲ୍ - ଆନିମଲ।
ଶ୍ରେଷ୍ଠ ମ୍ୟୁଜିକ ଡାଇରେକ୍ସନ: ପ୍ରୀତମ, ବିଶାଲ ମିଶ୍ରା, ମନନ ଭରଦ୍ୱାଜ, ଶ୍ରେୟାସ ପୁରାଣିକ, ଜାନୀ, ଭୁପିନ୍ଦର ବାବଲ, ଆଶିମ କେମସନ, ହର୍ଷବର୍ଦ୍ଧନ ରାମେଶ୍ୱର - ଆନିମଲ
ବେଷ୍ଟ ସିଙ୍ଗର : ଭୁପିନ୍ଦର ବାବଲ୍ - ଅର୍ଜନ୍ ଭେଲି (ଆନିମଲ)
ବେଷ୍ଟ ସିଙ୍ଗର ଫିମେଲ: ଶିଳ୍ପା ରାଓ - ଛଲେୟା (ଜୱାନ)

IIFA ସ୍ପେଶାଲ ଆୱାର୍ଡ:
ଭାରତୀୟ ସିନେମାରେ ଆଉଟଷ୍ଟାଡିଂ ଆଚିଭମେଣ୍ଟ: ହେମା ମାଳିନୀ।
ବେଷ୍ଟ ଡେବ୍ୟୁଟାଣ୍ଟ: ଆଲିଜେହ ଅଗ୍ନିହୋତ୍ରୀ।
ବେଷ୍ଟ ଷ୍ଟୋରୀ: ଇଶିତା ମୈତ୍ର, ଶଶାଙ୍କ ଖୈତାନ, ସୁମିତ ରୟ - ରକି ଔର ରାନୀ କି ପ୍ରେମ କାହାନୀ।
ବେଷ୍ଟ ସଂଗ୍‌: ସିଦ୍ଧାର୍ଥ ସିଂହ ଏବଂ ଗାରିମା ୱାହଲ - ସତରଙ୍ଗା (ଆନିମାଲ)

କହିବାକୁ ଗଲେ ଦକ୍ଷିଣ ସିନେମା ମଧ୍ୟ କୌଣସି ପଛରେ ନାହିଁ। ଆୱାର୍ଡ ନାଇଟ୍‌ର ପ୍ରଥମ ଦିନରେ ଐଶ୍ୱର୍ଯ୍ୟା ରାୟ ଏବଂ ମଣି ରତ୍ନାମଙ୍କ ପୋନିୟିନ୍ ସେଲଭାନ୍ ପ୍ରାଧାନ୍ୟ ବିସ୍ତାର କରିଥିଲେ। କିନ୍ତୁ ରଜନୀକାନ୍ତଙ୍କ ଜେଲର ମଧ୍ୟ ପଛରେ ରହି ନଥିଲା। ଦକ୍ଷିଣରେ ସେଲିବ୍ରେଟମାନଙ୍କୁ ପୁରସ୍କାର ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ବର୍ଗରେ ବିଭକ୍ତ କରି ସମ୍ମାନିତ କରାଯାଇଥିଲା ।

ତାମିଲ ସିନେମା ଆୱାର୍ଡ ...

-ବେଷ୍ଟ ଫିଲ୍ମ - ଜେଲର 

-ବେଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ- ମଣି ରତ୍ନମ - ପୋନିୟିନ୍ ସେଲଭାନ୍ -୨

-ବେଷ୍ଟ ଆକ୍ଟ୍ରେସ୍‌ - ଐଶ୍ୱର୍ଯ୍ୟା ରାୟ - ପୋନିୟିନ୍ ସେଲଭାନ୍ ୨

- ବେଷ୍ଟ  ଆକ୍ଟର- ବିକ୍ରମ ଚିଆନ୍ - ପୋନିୟିନ୍ ୨

- ବେଷ୍ଟ ସପୋର୍ଟିଂ ଆକ୍ଟର- ସାହସ୍ରା ଶ୍ରୀ – ଚିଠା

- ଶ୍ରେଷ୍ଠ ସହାୟକ ଅଭିନେତା - ଜୟରାମ - ପୋନିୟିନ୍ ସେଲଭାନ୍ ୨

-ବେଷ୍ଟ ନେଗେଟିଭ୍‌ ଆକ୍ଟର – ଏସ୍ ଜେ. ସୂର୍ଯ୍ୟ - ମାର୍କ ଆନ୍ଥୋନି 

- ସର୍ବୋତ୍ତମ ସଂଗୀତ ନିର୍ଦ୍ଦେଶକ - ଏ ଆର ରହମାନ - ପୋନିୟିନ୍ ସେଲଭାନ୍ ୨ 

ତେଲୁଗୁ ସିନେମା ଆୱାର୍ଡ ...

-ବେଷ୍ଟ ଫିଲ୍ମ - ଦଶାରା 

-ବେଷ୍ଟ ଫିଲ୍ମ ନିର୍ଦ୍ଦେଶକ- ଅନିଲ ରବିପୁଦି-ଭାବବନ୍ତ କେସରୀ 

-ବେଷ୍ଟ ଅଭିନେତ୍ରୀ - ମୃନାଲ ଠାକୁର - ହାଏ ନନ୍ନା 

-ବେଷ୍ଟ ଅଭିନେତା - ନାନି - ଦଶାରା 

-ବେଷ୍ଟ ସହାୟକ ଅଭିନେତ୍ରୀ- ବରାଲକ୍ଷ୍ମୀ ସାରଥକୁମାର-ବୀରା ସିମ୍ହା ରେଡ୍ଡୀ (ଗଡ୍‌ ଅଫ୍‌ ମାସେଜ୍‌)

- ଶ୍ରେଷ୍ଠ ସହାୟକ ଅଭିନେତା – ବ୍ରାହ୍ମନନନନ୍ଦ - ରଙ୍ଗା ମାରତଂଣ୍ଡା

-ଖଳନାୟକ ଭୂମିକାରେ ସର୍ବୋତ୍ତମ ପ୍ରଦର୍ଶନ - ସାଇନ ଟମ୍ ଚାକୋ - ଦସାରା 

- ସର୍ବୋତ୍ତମ ସଂଗୀତ ନିର୍ଦ୍ଦେଶକ - ହେଶାମ ଅବଦୁଲ ୱାହାବ - ହାଏ ନନ୍ନା 


  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.