ଆଠଗଡ଼ ୧୦।୧୨: ରିଜର୍ଭ ଜଙ୍ଗଲରେ ଗୋ-ମାଫିଆଙ୍କ ରାଜ୍ । ବନ୍ଧା ହୋଇଥିଲେ ଶହ ଶହ ଗାଈ ଗୋରୁ । ଭିତରେ ଚାଲିଥିଲା କଂସେଇ ଖାନା । କଟକ ଜିଲ୍ଲା ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁ ନିକଟ ବାରମାଣ ସଂରକ୍ଷିତ ଜଙ୍ଗଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ଦୀର୍ଘ ବର୍ଷ ଧରି ଏଠାରୁ ବେଆଇନ ଭାବେ ଗୋ-ଚାଲାଣ ସହ ଗୋ-ମାଂସ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା । ଗୋ-ଚାଲଣ ବେଳେ ଗୋ-ମାଫିଆ ମାନେ ପୋଲିସ ଉପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନଥିଲେ । ଏହି ରେଡ୍ ଏବେ କଟକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂଙ୍କ ସହ ଅତିରିକ୍ତ ଏସ୍ପି,୨ ଜଣ ଡିଏସ୍ପି, ୪ ପ୍ଲାଟୁନ ଫୋର୍ସ ଚଢାଉ କରିଥିଲେ । ଚଢାଉ ପରେ ଗାଈଗୋରୁଙ୍କୁ ଉଦ୍ଧାର କରି ଗୋଶାଳାକୁ ପଠାଯିବା ସହିତ ଗୋ-ମାଫିଆଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏସ୍ପି କହିଛନ୍ତି ।
You Can Read:
ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଅସୁସ୍ଥ ଦନ୍ତା ହାତୀର ଉତ୍ପାତ, ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ