ନୂଆଦିଲ୍ଲୀ: ଇଭିଏମ୍ ଟାମ୍ପରିଂ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବିରୋଧୀ ଇଣ୍ଡିଆ ମେଣ୍ଟ। ନିର୍ବାଚନ ପ୍ରକ୍ରିୟା ଓ ଇଭିଏମ୍ ପାଇଁ ଏସ୍ଓପି ପାଳନରେ ଅନିୟମିତତା ନେଇ ଦଳ ଆସନ୍ତକାଲି ସୁପ୍ରିମକୋର୍ଟରେ ଏକ ଆବଦେନ ଦାଖଲ କରିବ। ମେଣ୍ଟର ଅଭିଯୋଗ ଯେ ଶାସକ ଏନ୍ଡିଏ ପୋଲ ରିଗିଂ କରିଛି। ସରକାର ସପକ୍ଷରେ ଏଥିରେ ହେର୍ଫେର କରାଯାଇଛି ବୋଲି ଦଳ ଅଭିଯୋଗ କରିଛି।
ଏହା ପୂର୍ବରୁ ଇଲେକ୍ସନ କମିଶନ ଇଭିଏମ୍ ଟାମ୍ପରିଂକୁ ହୋଇ ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (VVPAT) ସ୍ଲିପ୍ସର ଗଣନାରେ କୌଣସି ତ୍ରୁଟି କି ଅସଂଗତି କରାଯାଇ ନାହିଁ ବୋଲି ଇସି କହିଛନ୍ତି। ସେ ଆହୁରି କହିଛନ୍ତି ୨୮୮ ନିର୍ବାଚନ ମଣ୍ଡଳିରେ ଭେରିଫିକସେନ ପ୍ରକ୍ରିୟା କରାଯାଇଥିଲା। ସବୁ ନିୟମ ଅନୁସାର ହୋଇଛି। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ (ECI)। ମହାରାଷ୍ଟ୍ର ନିର୍ବାଚନକୁ ନେଇ ବିରୋଧୀ ମହାବିକାଶ ଆଘାଡ଼ି ଦଳ ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଥିଲା। ଯାହାର ଉତ୍ତର ଦେଇ ଇସିଆଇ ଏହି ସୂଚନା ଦେଇଛନ୍ତି।
ଇସିଆଇ ଦ୍ୱାରା ବାଧ୍ୟତାମୁଳକ କରାଯାଉଥିବା ଭିଭିପାଟ ସ୍ଲିପ୍ ପ୍ରକ୍ରିୟା ଏକ ଲଟେରି ମାଧ୍ଯମରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଚୟନ କରାଯାଇଥିବା ୫ଟି ପୁଲିଂ ଷ୍ଟେସନରେ କରାଯାଇଥାଏ। ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ସମସ୍ତ ପ୍ରକ୍ରିୟାରେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କର ପ୍ରତିନିଧି ଉପସ୍ଥିତ ଥାନ୍ତି। ୩୬ ଜିଲ୍ଲାର ଇଲେକ୍ସନ ଅଫିସରଙ୍କ ଠାରୁ ମିଳିଥିବା ରିପୋର୍ଟ ଅନୁସାରେ, ପ୍ରାର୍ଥୀ ଅନୁସାରେ ଇଭିଏମ୍ରେ ରେକର୍ଡ ହୋଇଥିବା ଭୋଟ ସଂଖ୍ୟା ଓ ଭିଭିପାଟ୍ ସ୍ଲିପ୍ ସମ୍ପୂର୍ଣ୍ଣ ମ୍ୟାଚ୍ ହୋଇଥିଲା।