କାଶ୍ମୀର ପ୍ରସଂଗରେ ପାକିସ୍ତାନ ଉପରେ ବର୍ଷିଲା ଭାରତ; ପ୍ରତିନିଧି କହିଲେ ଉପଦେଶ ନଦେଇ ନିଜ ଘର ଆଗ ସମ୍ଭାଳ

Published By : Prameya-News7 Bureau | February 27, 2025 IST

ନୂଆଦିଲ୍ଲୀ: ଜାତିସଂଘ ବୈଠକରେ ପାକିସ୍ତାନ ଉପରେ ବର୍ଷିଲା ଭାରତ । କାଶ୍ମୀର ମୁଦ୍ଦାକୁ ନେଇ ପଡୋଶୀ ଦେଶକୁ ଆଇନା ଦେଇଛି ଇଣ୍ଡିଆ । ଜେନେଭାରେ ବସିଥିବା ଜାତିସଂଘର ୫୮ତମ ମାନବାଧିକାର ପରିଷଦ ମିଟିଂରେ ପାକିସ୍ତାନ ପୁଣି ଥରେ କାଶ୍ମୀର ପ୍ରସଂଗ ଉଠାଇଥିଲା । ସେଠାରେ ମାନବାଧିକାରର ହତ୍ୟା ହେଉଥିବା କହିଥିଲେ ପାକିସ୍ତାନ ପ୍ରତିନିଧି । ଏହାକୁ ଦୃଢ଼ ଜବାବ ଦେଇଥିଲେ ଭାରତୀୟ ପ୍ରତିନିଧି କ୍ଷୀତିଶ ତ୍ୟାଗୀ । ପାକ୍ କରିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଏବଂ ଦୁର୍ଭଗ୍ୟୁପୂର୍ଣ୍ଣ ବୋଲି କହିଥିଲେ । ଯେଉଁ ଦେଶରେ ପ୍ରତିଦିନ ମାନବାଧିକାରର ହତ୍ୟା ହେଉଛି, ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ହେଉଛି, ଲୋକତନ୍ତ୍ରର ହତ୍ୟା ହେଉଛି, ସେମାନେ ଅନ୍ୟ କୌଣସି ଦେଶକୁ ଉପଦେଶ ଦେବା ଉଚିତ୍ ନୁହେଁ । ଏଭଳି ମିଥ୍ୟା ପ୍ରଚାରରୁ ପାକିସ୍ତାନ ଦୂରେଇ ରହିବା ଆବଶ୍ୟକ । ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କ୍ଷୀତିଶ ତ୍ୟାଗୀ କହିଛନ୍ତି ।


ଏହାଛଡ଼ା ଜାତିସଂଘରେ ସେ କହିଛନ୍ତି, ଗତ କିଛି ବର୍ଷ ହେଲା ଜାମ୍ମୁ-କାଶ୍ମୀରରେ ଅଦ୍ଭୂତପୂର୍ଣ୍ଣ ବିକାଶ ହେଇଛି । ରାଜନୈତିକ, ସାମାଜିକ ଏବଂ ଆର୍ଥିକ ପ୍ରଗତୀ ଏହାର ଉଦାହରଣ । କାଶ୍ମୀରରେ ଏହି ସଫଳତା ସରକାରଙ୍କ ପାଇଁ ବଡ଼ ଉପଲବ୍ଧୀ ବୋଲି ଭାରତୀୟ ପ୍ରତିନିଧି ଜାତିସଂଘ ହ୍ୟୁମାନ ରାଇଟ୍ସ ବୈଠକରେ କହିଛନ୍ତି । ତେଣୁ ପାକିସ୍ତାନ ଭାରତ ଉପରେ ଧ୍ୟାନ ନଦେଇ ନିଜ ଦେଶର ବିକାଶ ପ୍ରତି ଧ୍ୟାନ ଦେବା ଉଚିତ୍ । ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, କୌଣସି ଅସଫଳ ରାଷ୍ଟ୍ରର ଦ୍ବାରା ଜାତିସଂଘର ସମୟ ବର୍ବାଦ କରାଯାଉଛି । ଭାରତର ଧ୍ୟାନ ଲୋକତନ୍ତ୍ର, ବିକାଶ ଏବଂ ନିଜ ଲୋକଙ୍କୁ ସମ୍ମାନ ସୁଚିଶ୍ଚିତ କରିବା । ତେଣୁ ପାକିସ୍ତାନ କାଶ୍ମୀର ମୁଦ୍ଦା ଉଠାଇବା ବଦଳରେ ଏଥିରୁ କିଛି ଶିକ୍ଷା ଦରକାର ବୋଲି ଭାରତୀୟ ପ୍ରତିନିଧି କ୍ଷୀତିଶ ତ୍ୟାଗୀ କହିଛନ୍ତି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.