ଛଟ୍‌ ପୂଜାରେ ଆମେରିକାରେ ଶୁଭିଲା ବଂଶୀର ସ୍ୱର, କୁନି କଳାକାରଙ୍କ ଭିଡିଓ ଭାଇରାଲ୍

Published By : Prameya-News7 Bureau | November 08, 2024 IST

ନୂଆଦିଲ୍ଲୀ,୦୮/୧୧: ଛଟ୍‌ ପୂଜା ଆରମ୍ଭ ହୋଇଛି। ଏହି ଉତ୍ସବ ଭିତରେ ଆମେରିକାରେ ଜଣେ ଛୋଟ କଳାକାରଙ୍କର ଏକ ଭିଡିଓ ଭାଇରାଲ ହେଉଛି ।  ଏହି ୧୨ ବର୍ଷର କଳାକାର ପଦ୍ମଶ୍ରୀ ଶରଦା ସିହ୍ନାଙ୍କ ଛଟ୍‌ ଗୀତରେ ବଂଶୀ ବଜାଇଥିଲେ ।  ଏହି ଭିଡିଓକୁ ବିଜେପି ନେତା ତଥା ବିହାର ଡେପୁଟି ସିଏମ ସମ୍ରାଟ ଚୌଧୁରୀ ସେୟାର କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। 

ଛଠ୍ ପର୍ବର ଖୁବ୍ ମହତ୍ତ୍ୱ ଓ ଗୁରୁତ୍ୱ ରହିଛି । ଏହା ଉତ୍ତରପ୍ରଦେଶ, ବିହାର ଏବଂ ଝାରଖଣ୍ଡର ଅନେକ ସ୍ଥାନରେ  ଖୁବ୍ ଧୁମ୍ ଧାମ୍ ସହ ପାଳନ କରାଯାଏ।  ଏହି ପର୍ବରେ ଲୋକମାନେ  ସୂର୍ଯ୍ୟ ଓ ଛଠ୍ ମାଙ୍କୁ ବିଦ୍ଧି ଅନୁସାରେ ପୂଜା କରନ୍ତି।  ଏହି କୁନିପିଲାଟି ଛଟ୍ ଗୀତର ଟ୍ୟୁନ୍ ରେ ବଜାଇଛି ବଂଶୀ। ଯାହା ଖୁବ୍ ଭାଇରାଲ୍ ହୋଇଛି। 


ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ଏହି ଛୋଟ କଳାକାରଙ୍କ ନାଁ ହେଉଛି ଅଭିରାଲ୍ ଝା।  ତାଙ୍କୁ ୧୨ ବର୍ଷ। ଅଭିରାଲ ବିହାରର ବଙ୍କା ଜିଲ୍ଲାର ଟିଲଡିହା ଗାଁର ବାସିନ୍ଦା। କିନ୍ତୁ ସେ ତାଙ୍କ ବାପା ମା'ଙ୍କ ସହ ଆମେରିକାର ଡାଲାସରେ ରୁହନ୍ତି। ଅଭିରାଲଙ୍କ ବାପା ସୌରଭ ଝା ଜଣେ ଆଇଟି ଇଞ୍ଜିନିୟର ଏବଂ ମା' ମୋନା ଝା ଜର୍ଜିଆ ଟେକ୍ ୟୁନିଭର୍ସିସିରୁ କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ ଏବଂ ଏମ୍ଏସ୍ କରିଛନ୍ତି। 

ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଅଭିରାଲଙ୍କ ଭିଡିଓ  ସେୟାର କରିଛନ୍ତି।  ଭିଡିଓ ସେୟାର କରି ସେ ଲେଖିଛନ୍ତି - "ବିହାରର ପୁଅ ଅଭୀରାଲ ଝା ନିଜର  ସୁନ୍ଦର ଉପସ୍ଥାପନା ସହିତ ଆମେରିକାରେ ଥିବାବେଳେ ପ୍ରତ୍ୟେକ ବିହାରୀଙ୍କ ହୃଦୟକୁ ଛୁଇଁଛନ୍ତି।  ଅଭିରାଲଙ୍କୁ ଅନେକ ଶୁଭେଚ୍ଛା ଓ ଆଶୀର୍ବାଦ । 

ବଦାନ୍ୟତା ଦେଖାଇଲେ ଅବସରପ୍ରାପ୍ତ ସିବିଆଇ ଅଫିସର, ଟ୍ରଷ୍ଟକୁ ଦାନ କରିଦେଲେ ନିଜର ଘର ଓ ଜମି

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.