ଟିମ୍ ଇଣ୍ଡିଆ ପାଇଁ କେତେ ‘ଶୁଭ’ କାନପୁର ଗ୍ରାଉଣ୍ଡ, ଜାଣନ୍ତୁ ଗ୍ରୀନ୍ ପାର୍କରେ କେତେ ଟେଷ୍ଟ ମ୍ୟାଚ୍ ଜିତିଛି ଭାରତ ?

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ ୨୯।୦୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଛି ୨ସିରିଜ୍ ବିଶିଷ୍ଟ ଟେଷ୍ଟ ସିରିଜ୍ । ଏହାର ଦ୍ବିତୀୟ ମ୍ୟାଚ୍ କାନପୁରର ଗ୍ରୀନ୍ ପାର୍କରେ ଖେଳାଯାଉଛି  । ୨ ଦିନର ମ୍ୟାଚ୍ର ଶେଷ ହୋଇଛି ।  ଯେଉଁଥିରେ କେବଳ ଗୋଟିଏ ଦିନ ହିଁ ଖେଳ ହୋଇଛି । କାରଣ ଏହି ମ୍ୟାଚ୍ରେ ବାଧକ ସାଜୁଛି ବର୍ଷା । 

ଯେଉଁ କାରଣରୁ ମ୍ୟାଚ୍ ବାତିଲ ହେବା ଦିଗରେ ରହିଛି । ସେପ୍ଟେମ୍ବର ୨୭ରେ ଆରମ୍ଭ ହୋଇଥିବା ଟେଷ୍ଟର ପ୍ରଥମ ଦିନରେ ମୋଟ ୩୫ ଓଭର ବୋଲିଂ କରାଯାଇଥିଲା ଯେଉଁଥିରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଆଉ ରନ୍ ସ୍କୋର କରିଥିଲା ୧୦୭ । ଏହାପରେ ଟେଷ୍ଟର ଦ୍ୱିତୀୟ ଦିନ ବର୍ଷା ସାଜିଥିଲା ବାଧକ ।  

କିନ୍ତୁ ଜାଣନ୍ତି କି କାନପୁରର ଗ୍ରୀନ ଷ୍ଟାଡିୟମ ଟିମ୍ ଇଣ୍ଡିଆ ପାଇଁ କେତେ ଲକି ? ଏହି ଷ୍ଟାଡିୟମରେ ଟିମ୍ ଇଣ୍ଡିଆ କେତେ ମ୍ୟାଚ୍ ଖେଳିଛି ? ଏଥିରୁ କେତେ ଜିତିଛି ଏବଂ କେତେ ହାରିଛି ? ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ କାନପୁରରେ ୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଛି । 

ଏହି ମ୍ୟାଚଗୁଡିକରେ ଟିମ୍ ଇଣ୍ଡିଆ ୭ଟି ଜିତିଛି ଆଉ ୩ଟି ମ୍ୟାଚ୍ ହାରିଛି ଟିମ୍ ଇଣ୍ଡିଆ । ତେବେ ଅବଶିଷ୍ଟ ୧୩ଟି ମ୍ୟାଚ୍ ଡ୍ରରେ ଶେଷ ହୋଇଛି । କାନପୁରରେ ଟିମ୍ ଇଣ୍ଡିଆର ଟେଷ୍ଟ ରେକର୍ଡ ସେତେ ଖରାପ ନୁହେଁ । ଏଭଳି ପରିସ୍ଥିତିରେ ବାଂଲାଦେଶ ବିପକ୍ଷ ମ୍ୟାଚର ଫଳାଫଳ କ’ଣ ତାହା ଦେଖିବାକୁ ଅପେକ୍ଷା....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.