ପାର୍ବଣ ଋତୁରେ ରେଲଓ୍ବେର ବଡ଼ ଉପହାର, ୧ କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌

Published By : Prameya-News7 Bureau | September 27, 2024 IST

ନୂଆଦିଲ୍ଲୀ: ପାର୍ବଣ ଋତୁ ପାଇଁ ଭାରତୀୟ ରେଲଓ୍ବେ ଆଗକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତୀୟ ରେଲଓ୍ବେ ଦୁର୍ଗା ପୂଜା, ଦିପାବଳୀ ଏବଂ ଛଠ୍‌ ଅବସରରେ ୧ କୋଟିରୁ ଅଧିକ ଯାତ୍ରୀଙ୍କ ସୁବିଧା ପାଇଁ ୬ ହଜାର ସ୍ବତନ୍ତ୍ର ଟ୍ରେନ ଚଳାଇବା ନେଇ ନିଷ୍ପତ୍ତି ନେଇଛନ୍ତି। 

ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ପାର୍ବଣ ସମୟରେ ଅତ୍ୟଧିକ ଭିଡ଼ ହେବ, ଏଥିପାଇଁ ୧୦୮ ଟ୍ରେନରେ ଅତିରିକ୍ତ ସାମାନ୍ୟ ବଗି ସହ ୧୨ ହଜାର ୫ ଶହ ବଗି ଯୋଡ଼ାଯିବ । ବିଶେଷ କରି ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଯାଉଥିବା ଅନେକ ଟ୍ରେନ ରୁଟରେ ଦୁର୍ଗା ପୂଜା, ଦିପାବଳୀ ଏବଂ ଛଠ୍ ପୂଜା ସମୟରେ ପ୍ରବଳ ଭିଡ଼ ରହିଥାଏ। 

ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ପାର୍ବଣ ଋତୁ ପାଇଁ ଏପର୍ଯ୍ୟନ୍ତ ୫,୯୭୫ ସ୍ବତନ୍ତ୍ର ଟ୍ରେନ ଆରମ୍ଭ କରାଯାଇସାରିଛି । ଯେତେବେଳେକି ଗତ ବର୍ଷ ଏହି ସଂଖ୍ୟା ୪,୪୨୯ ଥିଲା। ଏହାଦ୍ବାରା ୧ କୋଟିରୁ ଅଧିକ ଯାତ୍ରୀଙ୍କୁ ଘରକୁ ଯିବାରେ ସୁବିଧା ହେବ।

ସୂଚନାଥାଉକି, ଦୁର୍ଗା ପୂଜା ଉତ୍ସବ ଅକ୍ଟୋବର ୯ରୁ ଆରମ୍ଭ ହେବ, ଅକ୍ଟୋବର ୩୧ରେ ଦିପାବଳୀ ଏବଂ ନଭେମ୍ବର ୭ ଓ ୮ରେ ଛଠ୍ ପୂଜା ପାଳନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.