ସାନଫ୍ରାନସିସ୍କୋ ୧୪।୧୨: ଚାଟଜିପିଟି ଡେଭଲପ କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ କମ୍ପାନୀ ‘ଓପନ ଏଆଇ’ର ପୂର୍ବତନ ଗବେଷକ ସୁଚୀର ବାଲାଜୀଙ୍କୁ ତାଙ୍କ ଫ୍ଲାଟରୁ ମୃତ ଉଦ୍ଧାର କରାଯାଇଛି। ଓପନ ଏଆଇ ଉପରେ ପ୍ରଶ୍ନଚିହ୍ନ ଲଗାଇଥିବା ସୁଚିରଙ୍କ ମୃତ୍ୟୁ ସମ୍ପର୍କରେ ସାନଫ୍ରାନସିସ୍କୋ ପୋଲିସକୁ ନଭେମ୍ବର ୨୬ ତାରିଖରେ ସୂଚନା ମିଳିଥିଲା। ତେବେ ସୁଚୀର ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ସାନଫ୍ରାନସିସ୍କୋ ପୋଲିସ ବିଭାଗ ମୁଖପାତ୍ର ରବର୍ଟ ଋଏକାଙ୍କ ଅନୁସାରେ ସୁଚୀରଙ୍କ ମୃତ୍ୟୁରେ କୌଣସି ଷଡ଼ଯନ୍ତ୍ରର ସୂଚନା ମିଳି ନାହିଁ।
I recently participated in a NYT story about fair use and generative AI, and why I'm skeptical "fair use" would be a plausible defense for a lot of generative AI products. I also wrote a blog post (https://t.co/xhiVyCk2Vk) about the nitty-gritty details of fair use and why I…
— Suchir Balaji (@suchirbalaji) October 23, 2024
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୁଚୀର ଦୀର୍ଘ ସମୟରୁ ଘରୁ ବାହାରକୁ ବାହାରୁ ନଥିଲେ। ସାଙ୍ଗ ଓ ସହକର୍ମୀମାନଙ୍କ ଫୋନ କଲର ମଧ୍ୟ ସେ ଜବାବ ଦେଉ ନଥିଲେ। ସୁଚୀରଙ୍କ ବନ୍ଧୁ ଓ ସହକର୍ମୀ ଯେବେ ତାଙ୍କ ଘରକୁ ଗଲେ ଘର ଭିତରପଟୁ ବନ୍ଦ ଥିବାର ଦେଖିବାକୁ ପାଇଥିଲେ। ଘରର କବାଟରେ ନକ୍ କରିବାକୁ ଭିତରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଏଣୁ ସେମାନେ ପୋଲିସକୁ ସୂଚିତ କରିଥିଲେ। ପୋଲିସ ପହଞ୍ଚି କବାଟ ଭାଙ୍ଗି ଘରେ ପଶିବା ବେଳେ ସେ ମୃତ ଅବସ୍ଥାରେ ମିଳିଥିଲେ।
ଚାଟଜିପିଟିର ଡେଭଲପମେଣ୍ଟରେ ବଡ଼ ଭୂମିକା ନିର୍ବାହ କରିଥିବା ସୁଚୀର ଯେତେବେଳେ ଓପନ ଏଆଇ ଉପରେ ଅଭିଯୋଗ ଆଣିଲେ ସେତେବେଳେ ତାଙ୍କ ଉପରେ ବିଶ୍ୱର ନଜର ପଡିଥିଲା। ଗତ ଅକ୍ଟୋବର ମାସରେ ସୁଚୀର ଅଭିଯୋଗ କରିଥିଲେ ଯେ ଓପନ ଏଆଇ କପି ରାଇଟ୍ ଆକ୍ଟର ଉଲ୍ଲଂଘନ କରୁଛି। ସେ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ଚାଟଜିପିଟି ଭଳି ଟେକ୍ନୋଲଜି ଇଣ୍ଟରନେଟର କ୍ଷତି କରୁଛି।
— Elon Musk (@elonmusk) December 14, 2024
ସୁଚୀର ଅକ୍ଟୋବରରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏଆଇର ଉଚିତ ଉପଯୋଗ ଓ ଜେନେରେଟିଭ ସମ୍ପର୍କରେ ଲେଖିଥିଲେ। ସୁଚୀରଙ୍କ ମୃତ୍ୟୁ ପରେ ଅନେକ ବଡବଡ଼ ଲୋକେ ଏହା ଉପରେ ପ୍ରତିକ୍ରିୟା ଦେଇଥିଲେ। ଟେସ୍ଲା ସିଇଓ ଏଲନ ମସ୍କ ଏହି ଖବର ଉପରେ ‘ହଁ’ ସହିତ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଏଥିରେ ସେ ଅଧିକ କିଛି ଲେଖି ନାହାନ୍ତି।