ଅଗଷ୍ଟ ମାସର ଔଦ୍ୟୋଗିକ ଉତ୍ପାଦନ ନେଇ ଆସିଲା ସରକାରୀ ରିପୋର୍ଟ, ୦.୧% ହ୍ରାସ

Published By : Prameya-News7 Bureau | October 11, 2024 IST

ନୂଆଦିଲ୍ଲୀ ୧୧।୧୦: ଅଗଷ୍ଟରେ ଭାରତର ଔଦ୍ୟୋଗିକ ଉତ୍ପାଦନ ମାମୁଲି ହ୍ରାସ ହୋଇଛି। ଶୁକ୍ରବାର ଜାରି ଅଧିକାରୀକ ତଥ୍ୟରେ ଏହି ହ୍ରାସ ୦.୧ ପ୍ରତିଶତ ବୋଲି କୁହାଯାଇଛି। ଏହି ହ୍ରାସ ନେଇ ଯାହା କାରଣ କୁହାଯାଉଛି ତାହା ହେଉଛି ଖନନ ଓ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଖରାପ ପ୍ରଦର୍ଶନ। ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି)ରେ ମାପ ହେଉଥିବା ଫ୍ୟାକ୍ଟ୍ରି ଆଉଟପୁଟ ଅଗଷ୍ଟ ୨୦୨୩ରେ ୧୦.୯ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଥିଲା। 

ତେବେ ଅଗଷ୍ଟ ୨୦୨୪ରେ ଏହି ବୃଦ୍ଧି ହାର ବିଯୁକ୍ତ ୦.୧ ପ୍ରତିଶତ ଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ସୂଚିତ କରିଛନ୍ତି, ଯାହା ପୂର୍ବ ମାସ ଜୁଲାଇରେ ୪.୭ ପ୍ରତିଶତ ଥିଲା। ଅଧିକାରିକ ତଥ୍ୟ ଅନୁସାରେ ଅଗଷ୍ଟ ୨୦୨୪ରେ ଖନନ, ମେନୁଫେକ୍ଚରିଂ ଓ ବିଦ୍ୟୁତ ଉତ୍ପାଦନରେ ବୃଦ୍ଧି କ୍ରମଶଃ ବିଯୁକ୍ତ ୪.୩, ୦.୧ ଓ ବିଯୁକ୍ତ ୩.୭ ପ୍ରତିଶତ ଥିଲା।  ଏନଏସଓଙ୍କ ସୂଚନା ଅନୁସାରେ ଖନନ କ୍ଷେତ୍ରରେ ହ୍ରାସର କାରଣ ମୌସୁମୀ ବର୍ଷା ବୋଲି ଦର୍ଶାଯାଇଛି। 

ମୁଖ୍ୟତଃ ବର୍ଷା ସମ୍ଭାବନା ଯୋଗୁ ଖନନ କାମରେ ବିଶେଷ ଅଗ୍ରଗତି ହୋଇ ପାରିନଥିଲା। ତେବେ ଏପ୍ରିଲ-ଅଗଷ୍ଟ ମଧ୍ୟରେ ଔଦ୍ୟୋଗିକ ସୂଚକାଙ୍କ (ଆଇଆଇପି) ଅଭିବୃଦ୍ଧି ହାର ୪.୨ ପ୍ରତିଶତ ଥିଲା। ଏହା ପୂର୍ବ ବର୍ଷ ଏହି ଅବଧିରେ ଏହି ହାର ୬.୨ ପ୍ରତିଶତ ଥିବା ରେକର୍ଡ ରହିଛି। ତେବେ ଗତବର୍ଷ ତୁଳନାରେ ଔଦ୍ୟୋଗିକ ଉତ୍ପାଦନରେ ମାମୁଲି ହ୍ରାସ ହୋଇଥିବା ଏନଏସଓ ରିପୋର୍ଟରେ ସୂଚିତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.