ନା ଆଖିରେ ଅଛି ଲେନ୍ସ ନା ସ୍ବତନ୍ତ୍ର ଗ୍ଲାସ୍, ଗ୍ୟାଙ୍ଗଷ୍ଟର ଅନ୍ଦାଜରେ ସୁଟିଂ; ପ୍ୟାରିସ୍ ଅଲିମ୍ପିକ୍ସରେ ୟୁସୁଫଙ୍କୁ ରୌପ୍ୟ ପଦକ

Published By : Prameya-News7 Bureau | August 03, 2024 IST

ନୂଆଦିଲ୍ଲୀ; ଗ୍ୟାଙ୍ଗଷ୍ଟର ଅନ୍ଦାଜ, କିନ୍ତୁ ଗ୍ୟାଙ୍ଗଷ୍ଟର ନୁହେଁ । ସୁଟିଂରେ ସଫଳତା କିନ୍ତୁ ସୁଟର ନୁହେଁ । ଗୋଟିଏ ହାତ ପକେଟ୍‌ରେ, ଅନ୍ୟ ହାତରେ ବନ୍ଧୁକ । ନା ଆଖିରେ ଅଛି ଲେନ୍ସ ନା ସ୍ବତନ୍ତ୍ର ଗ୍ଲାସ୍ । ଅନ୍ୟ ସୁଟରଙ୍କ ଭଳି କାନରେ ବି ନାହିଁ ଏୟାର ପ୍ରୋଟେକ୍ଟର । ସାଧାରଣ ଚସମା ଆଉ ଇୟର ବୋର୍ଡରେ ଲକ୍ଷ୍ୟ ରୌପ୍ୟ ପଦକ ଉପରେ । ପ୍ୟାରିସ୍ ଅଲିମ୍ପିକ୍ସର ସୁଟିଂ ଇଭେଣ୍ଟରେ ଭାଗ ନେଇଥିବା ତୁର୍କୀୟର ଏ ୫୧ ବର୍ଷୀୟ ସୁଟର ହେଉଛନ୍ତି ୟୁସୁଫ୍ ଡିକେକ୍ । ସାଧନା ଏବଂ ଅଧ୍ୟବ୍ୟସାୟ ବଳରେ ସଫଳତାକୁ ଚୁଟକିରେ ହାସଲ କରି ନେଇଛନ୍ତି ସେ । ଗ୍ୟାଙ୍ଗଷ୍ଟର ଅନ୍ଦାଜରେ ଆସି ସିଲଭର ମେଡାଲକୁ ଟାର୍ଗେଟ କରି ହାତେଇ ନେଇଛନ୍ତି ପଦକ । 


ପ୍ୟାରିସ ଅଲିମ୍ପିକ୍ସର ଟିକିନିକି ଖବର ପାଇଁ ପଢନ୍ତୁ

ଅନ୍ୟ କ୍ରୀଡାବିତଙ୍କ ଭଳି ଭିନ୍ନ ଦେଖାଯାଉଥିବା ଏହି ସୁଟର ନିଜ ସହ ଖେଳାଳି ସୟଲ ଇଲିଆଦା ତରହାନଙ୍କ ସହିତ ମିଶି ପ୍ୟାରସ୍ ଅଲିମ୍ପିକ୍ସର ୧୦ ମିଟର ଏୟାର ରାଇଫଲ ମିକ୍ସ ଡବଲ୍ସରେ ଦ୍ବିତୀୟ ସ୍ଥାନ ଅଧିକାରୀ କରିଛନ୍ତି । ଆଉ କିଛି କ୍ଷଣ ମଧ୍ୟରେ ରୌପ୍ୟ ପଦକ ହାସଲ କରିଛନ୍ତି । ୫୧ ବର୍ଷୀୟ ଡିକେକ୍ ନିଜ ସହିତ ଖୁବ୍ କମ୍ ଆଶା ଆସିଥିଲେ, ହେଲେ ଯିବା ବେଳେ ସାଙ୍ଗରେ ନେଇଛନ୍ତି ସଫଳତାର ସିଲଭର ମେଡାଲ । ତୁର୍କୀଙ୍କ ଏହି ସୁଟରଙ୍କ ଫିଲୋସଫି ହେଉଛି ପକେଟରେ ହାତ ରଖି ସଫଳତା ମିଳେ ନାହିଁ । ମାତ୍ର ପଞ୍ଚମ ଥର ପାଇଁ ଅଲମ୍ପିକ୍ସ ଖେଳୁଥିବା ୟୁସୁଫ୍ ଡିକେକ୍ ପ୍ୟାରିସରେ ଏପରି ଲକ୍ଷ୍ୟ ସାଧନ କରିଛନ୍ତି କି ତାଙ୍କ ଚର୍ଚ୍ଚା ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ପ୍ରତିକ୍ରିୟା ଦେଇ କହିଛନ୍ତି ଏହା କିପରି ସମ୍ଭବ । ବିନା କୌଣସି ସେଫ୍ଟି ଗିୟରରେ କିପରି ଟାର୍ଗେଟକୁ ହିଟ୍ କଲେ । ମାତ୍ର ଡିକେକ୍ ୧୫ରୁ ୧୦ ଥର ଟାର୍ଗେଟକୁ ହିଟ୍ କରିଛନ୍ତି ଏବଂ ଚୁଟକିର ଖେଳ ସାରିଦେଇଛନ୍ତି ।


ତୁର୍କୀର ସୁଟର ୟୁସୁଫ୍ ଡିକେକ୍ ୨୦୦୮ରୁ ଅଲିମ୍ପିକ୍ସ ଖେଳି ଆସୁଛନ୍ତି । ସେ ପ୍ରଥମ ଥର ପାଇଁ ବେଜିଂ ଅଲିମ୍ପିକ୍ସରେ ଭାଗ ନେଇଥିଲେ । ୧୬ ବର୍ଷର ଲମ୍ବା ସମୟରେ ୟୁସୁଫ୍ ନିଜ କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ପଦକ ହାସଲ କରିଛନ୍ତି । ଏହାଛଡ଼ା ତୁର୍କୀର ସୁଟିଂ ଇତିହାସରେ ପ୍ରଥମ ମେଡାଲ ବିଜେତା ହୋଇଛନ୍ତି । ଏହାଛଡ଼ା ସେ ୭ଥର ୟୁପୋରିଆନ୍ ଚାମ୍ପିଅନ ହୋଇଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଡିକେକ୍ ନିଜ ସାଥି ତରହାନଙ୍କ ସହିତ ସର୍ବିଆ ଯୋଡ଼ି ଠାରୁ ମାତ୍ର ଦୁଇ ପଏଣ୍ଟରେ ଗୋଲ୍ଡ ମେଡାଲରୁ ହାରିଯାଇଛନ୍ତି । ଆସନ୍ତା ୨୦୨୮ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ।...


Also Read: ଇତିହାସ ରଚିଲେ ଅବିନାଶ ସାଓ୍ୱଲେ, ୩୦୦୦ ମିଟର ଷ୍ଟିପଲଚେଜ୍ ଫାଇନାଲରେ ଏଣ୍ଟ୍ରି କରିଥିବା ପ୍ରଥମ ଭାରତୀୟ

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.