ଭଦ୍ରକ ହିଂସାକାଣ୍ଡ ଘଟଣା : ଆଉ ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍‌ କଟକଣା

Published By : Prameya-News7 Bureau | September 29, 2024 IST

ଭଦ୍ରକ ୨୯।୯: ଭଦ୍ରକ ହିଂସାକାଣ୍ଡ ଘଟଣାରେ ପୋଲିସ ଧାମନଗର ଓ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରୁ ମୋଟ୍ ୧୫ ଜଣଙ୍କୁ ଗିରଫ କରିଛି ପୋଲିସ । ଧାମନଗର ଥାନା ପକ୍ଷରୁ ୭ ଓ ପୁରୁଣାବଜାର ଥାନା ପକ୍ଷରୁ ୮ ଜଣଙ୍କୁ ଗିରଫ କରାଯାଇଛି ।  ପୂର୍ବରୁ ୪୮ ଘଣ୍ଟା ପାଇଁ  ଇଣ୍ଟରନେଟ୍‌ରେ କଟକଣା ଥିବା ବେଳେ ଏହି ଇଣ୍ଟରନେଟ୍ ସେବାକୁ ଆହୁରି ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ଜରୁରୀକାଳୀନ ସେବା ପାଇଁ କେବଳ ଲିଜ ଲାଇନରେ ଇଣ୍ଟରନେଟ୍ ସେବା    ସକାଳ ୭ଟାରୁ୍ ଜାରି ରହିବ । ଜିଲ୍ଲାର ପୁରୁଣା ବଜାର , ଧାମନଗର nac, ଦୋବଲ୍ ରେ ପୂର୍ବ ଭଳି ବିଏନଏସ ୧୬୩ ଧାରା ଜାରି ରହିବ । ପୁରୁଣାବଜାର ଓ ଦୋବଲ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ତେଣୁ ପୁରୁଣାବଜାର, ଧାମନଗର ଓ ଦୋବଲରେ RAF ପକ୍ଷରୁ  ଫ୍ଲାଗମାର୍ଚ୍ଚ ହେବା ସହ ନିୟମିତ ପାଟ୍ରୋଲିଂ ଓ ବ୍ଲକିଂ ହେଉଛି । ଧାମନଗରରେ ୬ ପ୍ଲାଟୁନ ଫୋର୍ସ ସହ  ୧ କମ୍ପାନୀ RAF ଫୋର୍ସ ମୁତୟନ ଓ ସେହିଭଳି ପୁରୁଣାବଜାର ୧୨ ପ୍ଲାଟୁନ ଫୋର୍ସ ସହ  ୧ କମ୍ପାନୀ RAF ଫୋର୍ସ ମୁତୟନ ହୋଇଛନ୍ତି । ଗିରଫଦାରୀ ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି କହିଚନ୍ତି ପୂର୍ବାଞ୍ଚଳ ଡିଜିପି । ତେବେ ଧାମନଗର ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ପୁରୁଣା ବଜାର ଅଞ୍ଚଳରେ ଅଧିକାଂଶ ସମ୍ବେଦନଶୀଳ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି ।

You Can Read:

ଭରତପୁର ଥାନା ବିବାଦ : ଗୁଜରାଟ ଗଲା କ୍ରାଇମବ୍ରାଞ୍ଚ ଟିମ୍, ନିଲମ୍ବିତ ଥାନା ଅଧିକାରୀ ଏବଂ ୪ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.