ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ସାକ୍ଷୀ ଦେଲେ IPS ଅରୁଣ ବୋଥ୍ରା, ସମ୍ପୂର୍ଣ୍ଣ ନ ହେବାରୁ ପରବର୍ତ୍ତୀ ତାରିଖରେ ପୁଣି ସାକ୍ଷ୍ୟ ଗ୍ରହଣ

Published By : Prameya-News7 Bureau | September 03, 2024 IST

ପାଟଣାଗଡ଼ ୩।୯: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ସାକ୍ଷୀ ଦେବା ପାଇଁ ପାଟଣାଗଡ଼ କୋର୍ଟରେ ଅରୁଣ ବୋଥ୍ରା । ଘଟଣାର ୬୦ ନମ୍ବର ସାକ୍ଷୀ ହେଉଛନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେର ବଲାଙ୍ଗିର ଜେଲ୍‌ରୁ ଭିସି ମାଧ୍ୟମରେ ଉପସ୍ଥିତ ରହିଥିଲେ । ତାଙ୍କ ଓକିଲ ପ୍ରମୋଦ ମିଶ୍ର ପାଟଣାଗଡ଼ କୋର୍ଟରେ ଉପସ୍ଥିତି ରହିଥିଲେ । 

ତେବେ ଘଟଣା ସମ୍ପର୍କରେ ଅରୁଣ ବୋଥ୍ରାଙ୍କୁ ପଚାରିବାରୁ କୋର୍ଟ କାମରେ ଆସିଛି, କିଛି କହିବି ନାହିଁ ବୋଲି କହିଥିଲେ । କ୍ରାଇମବ୍ରାଞ୍ଚର ଓକିଲ ଚିତ୍ତରଞ୍ଜନ କାନୁନଗୋଙ୍କୁ ପଚାରିବାରୁ ଆଇଜି ଅରୁଣ ବୋଥ୍ରା କୋର୍ଟରେ ସାକ୍ଷୀ ଦେଇଥିଲେ । ଆଜି ସମ୍ପୂର୍ଣ୍ଣ ନ ହେବାରୁ ପରବର୍ତ୍ତୀ ତାରିଖରେ ପୁଣି ସାକ୍ଷ୍ୟ ଗ୍ରହଣ କରାଯିବ ବୋଲି କହିଥିଲେ ।

You Can Read:

ଆମ ଓଡିଶା ନବୀନ ଓଡିଶାର ବାକି କାମ ପୁଣି ଆରମ୍ଭ ହେବ : ପଞ୍ଚାୟତିରାଜ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.