ଆଇପିଏସ୍ ଆଶିଷ ସିଂଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି

Published By : Prameya-News7 Bureau | July 11, 2024 IST

ଭୁବନେଶ୍ବର ୧୧: ଆଇପିଏସ୍ ଆଶିଷ ସିଂଙ୍କୁ ବଦଳି । ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍ ତଥା ଆଇଜି ଆଶିଷ ସିଂଙ୍କୁ ବଦଳି କରାଯାଇଛି । ଗୃହ ବିଭାଗର ଓଏସଡି ଭାବେ ଆଶିଷଙ୍କୁ ବଦଳି କରାଯାଇଛି । 

ରାଜ୍ୟରେ ସାଧାରଣ ନିର୍ବାଚନ ଆରମ୍ଭ ହେବା ଦିନରୁ ହିଁ ବିବାଦରେ ଥିଲେ ଆଇପିଏସ୍ ଆଶିଷ ସିଂ । ନିର୍ବାଚନ ସମୟରେ ସେ ବିଜେଡି ପାଇଁ କାମ କରୁଥିବା ବିଜେପି ଅଭିଯୋଗ କରିଥିଲା । ଏମିତି କି ତାଙ୍କ ଛୁଟିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଅସୁସ୍ଥତା କାରଣ ଦର୍ଶାଇ ସେ ୪ ମାସ ଛୁଟି ନେଇଥିଲେ । ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଆଉ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜାଣିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଛୁଟି ସରିବା ପରେ ଆଶିଷ ସିଂ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ବଦଳି କରାଯାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି ।

You Can Read:

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା : 'ବଡ଼ଠାକୁର ବଳଭଦ୍ର ପଡିଯିବା ଘଟଣାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ, ଭକ୍ତଙ୍କୁ ଆଶ୍ବସ୍ତ କରିବ'

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.