ଚଣ୍ଡିଖୋଲ ୪।୧୨: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଦର୍ପଣ ଠାରେ ଇସ୍ତମା ସଭା । ଯାଜପୁର ଜିଲ୍ଲା ତରଫରୁ ମୁସଲମାନ ଭାଇ ମାନଙ୍କ ଦ୍ଵାରା ଦୁଇ ଦିନ ବ୍ୟାପି ଇସ୍ତମା ସଭାର ଆୟୋଜନ ହୋଇଛି । ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଏବେ ଯୁବପିଢୀ ଖରାପ ରାସ୍ତାକୁ ଯାଇ ମଦ୍ୟପାନ କରିବା ସହ ବହୁତ କୁକର୍ମ କରୁଛନ୍ତି । ସେଥିରୁ ନିବୃତ ରହିବା ସହିତ ସମାଜର କିପରି ମଙ୍ଗଳ ହେବ ସେ ଶିକ୍ଷା ଦେବା, ସମାଜର ହିତ ସାଧନା କରିବା, ସମସ୍ତେ ସମସ୍ତଙ୍କୁ ଭଲ ପାଇବା ଏହି ସଭାର ମୂଳ ଉଦ୍ଦେଶ୍ୟ । ଏହି ସଭାରେ ଯାଜପୁର ଜିଲ୍ଲାର କୋଣ ଅନୁକୋଣରୁ ମୁସଲମାନ ଭାଇ ମାନେ ପହଞ୍ଚି ନମାଜ ପଢିଥିଲେ, ଏହା ହେଉଛି ଭାଇଚାରାର ସଭା । ନିଜ ନିଜ ଭିତରେ କିପରି ସୁ-ସମ୍ପର୍କ ସୃଷ୍ଟି ହେବ, ଏହା ଥିଲା ତାଙ୍କର ମୂଳ ଉଦ୍ଦେଶ୍ୟ । ଏହି ସଭାରେ ମିର୍ଜାନୁର ବେଗ, କରିମ ହୋସେନ, ଶେଖ କମାଲ, ରହି ମୁଦିନ ଖାଁ, ଖାଲିଜା ଖାଁ, ଶେଖ ବୁରାନ, ମିର୍ଜା ବାବୁଲ ଏସ, କେ.ଅଏଁ ସାନ, ଲାଲ ମହମ୍ମଦ, ଶେଖ ସୁରଜ, ମୀର ଅଜିଜ ଯୋଗ ଦେଇଥିଲେ ।
You Can Read:
୩ ଦିନ ଧାରଣା ଦେବା ପରେ ରାସ୍ତା ଦେଲା ଜିଲ୍ଲା ପ୍ରଶାସନ, ଦିନକ ପରେ ପୁଣି ଛଡାଇନେଲା