ସମ୍ବଲପୁର ୧୯।୦୧ : ଆଜି ବି ରେଡ୍ ।ତୃତୀୟ ଦିନରେ ବି ସ୍ୱର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବି ପକ୍ଷରୁ ଚାଲିଛି ଚଢାଉ। ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଶୁକ୍ରବାର ଦିନ ଆୟକର ବିଭାଗ ପକ୍ଷରୁ ବ୍ରଜ ଦାସଙ୍କ ଘରେ ରେଡ୍ ହୋଇଥିଲା । ବ୍ରଜ ଦାସଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢାଉ କରିଥିଲା ଆୟକର ବିଭାଗର ଟିମ୍ । ଏହାପରେ ଶନିବାର ଦିନ ମଧ୍ୟ ଚଢାଉ କରିଥିଲା ଆୟକର ବିଭାଗ ।ଶେଷରେ ରବିବାର ଦିନ ମଧ୍ୟ ଚଢାଉ ଜାରି ରଖିଛି ଆୟକର ବିଭାଗ । ଏହି ଚଢାଉରେ ବିପୁଳ ପରିମାଣର କାଗଜପତ୍ର ସିଜ୍ କରିଛି ଆୟକର ବିଭାଗ । ଯାହାକୁ ତନତନ କରି ଯାଞ୍ଚ କରୁଛି ଆୟକର ବିଭାଗର ଟିମ୍ ।
ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ନେତା ନବ ଦାସଙ୍କ ଭାଇ ବ୍ରଜକିଶୋଦ ରାସ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର । ଦୀର୍ଘଦିନ ଧରି ସେ ଆୟକର ଫାକିବା ନେଇ ଅଭିଯୋଗ ହେଉଥିଲା । ଏହି ଅଭିଯୋଗରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଭୁବନେଶ୍ୱର, ଛତିଶଗଡ ଟିମ୍ର ମିଳିତ ଭାବେ ଚଢାଉ ହୋଇଥିବା ଅନୁମାନ କରାଯାଉଛି । ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ୍ ହୋଇଥିଲା। ଏକକାଳୀନ ୧୫ ସ୍ଥାନରେ ୨୦ଟି ଟମ୍ ଚଢାଉ କରିଥିବା ସୂଚନା ।