ପାଟଣା ୦୭/୦୯: ଜେଲ ଗଲେ କେନ୍ଦୁଝର ଜେଲ ସୁପରିନଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସତ୍ୟ ପ୍ରକାଶଙ୍କୁ ଗିରଫ କରିଛି ଭିଜଲାନ୍ସ । ରେଡ୍ ବେଳେ ଭୁବନେଶ୍ୱର ଝାରପଡାରେ ଦେଢ଼ କୋଟି ଟଙ୍କାର ଦାମୀ ତିନିମହଲା ଘର, ଭୁବନେଶ୍ୱର, ବଲାଙ୍ଗୀର ସହ ବିଭିନ୍ନ ଜାଗାରେ ୪ଟି ଦାମୀ ପ୍ଲଟ ସହ ୧୫ଲକ୍ଷର ଦାମୀ ଇଣ୍ଟେରିଅର ଠାବ କରିଥିଲା ଭିଜଲାନ୍ସ ।
ଏହା ସହ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ମଧ୍ୟ ରେଡ ବେଳେ ମିଳିଥିଲା । ଝାରପଡା ଜେଲର ସୁପରିନଟେଣ୍ଡେଣ୍ଟ ଥିବା ବେଳେ ବିଚାରଧୀନ କଏଦୀଙ୍କୁ ଟଙ୍କା ମାଗିବା ସହ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ ଆସିଥିଲା । ସତ୍ୟପ୍ରକାଶଙ୍କ ନାରେ ଏନେଇ ଜେଲର ଜଣେ ବିଚାରଧୀନ କଏଦୀ ଭିଜିଲାନ୍ସ ନିର୍ଦେଶକଙ୍କୁ ଚିଠି ଲେଖିବା ଖବର ସାମ୍ନାକୁ ଆସିଥିଲା ।