ଭଦ୍ରକରେ ବିଜେପିର ଜନ ସମ୍ପର୍କ ସମାବେଶ, ଯୋଗଦେଲେ ବିଧାୟକ ପ୍ରାର୍ଥୀ

Published By : Prameya-News7 Bureau | May 24, 2024 IST

ଭଦ୍ରକ ୨୪।୫: ବିଜେପିର ଜନ ସମ୍ପର୍କ ସମାବେଶ । ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ପ୍ରାର୍ଥୀ ଡକ୍ଟର ସୁଧାଂଶୁ ନାୟକ ଏହି ସମାବେଶରେ ଯୋଗ ଦେଇଛନ୍ତି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧିନ ବାଲିପୋଖରୀ ପଞ୍ଚାୟତରେ ଏହି ଜନ ସମ୍ପର୍କ ସମାବେଶ ଆୟୋଜିତ ହୋଇଛି । ବଳଦେବଜୀଉ ମଣ୍ଡଳ ଦ୍ୱାରା ଆୟୋଜିତ ଏହି ସମାବେଶରେ ବିଜେପି ନେତା ବଦ୍ରି ଧଳ, ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ ପ୍ରମୁଖ ଯୋଗ ଦେଇଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ ଡକ୍ଟର ସୁଧାଂଶୁ ନାୟକଙ୍କୁ ସ୍ଥାନୀୟ ଲୋକ ଓ ସମର୍ଥକ ମାନେ ବିଶାଳ ଶୋଭଯାତ୍ରାରେ ପାଛୋଟି ନେଇଥିଲେ । ସୁଧାଂଶୁ କହିଛନ୍ତି ଯେ, ପ୍ରତ୍ୟେକ ଅଞ୍ଚଳରେ ଏବେ ବିଜେପିର ଭୋଟ୍ ହାର ବଢୁଛି । ସାଧାରଣ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ମୋଦି ଗ୍ୟାରେଣ୍ଟି ସହ ଭଣ୍ଡାରିପୋଖରୀ ଯୋଡ଼ିହେବ ଓ ବିକଶିତ ଭଣ୍ଡାରିପୋଖରୀ ପାଇଁ ପଦ୍ମକୁ ଭୋଟ୍ ଦିଅନ୍ତୁ ।

You Can Read :

ସମ୍ବଲପୁର ଜିଲ୍ଲାରେ ଜାରି ହେଲା ୧୪୪ ଧାରା, ୨୬ ତାରିଖ ପର୍ଯ୍ୟନ୍ତ ରହିବ ବଳବତ୍ତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.