ନୂଆଦିଲ୍ଲୀ ୧୪/୦୮: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭିନେଶ ଫୋଗାଟ୍ ତାଙ୍କର ପ୍ରଥମ ମୁକାବିଲାରେ ଟୋକିଓର ଚାମ୍ପିଅନ ୟୁଇ ସୁସାକିକୁ ୩-୨ରେ ହରାଇଥିଲେ । ପ୍ରି-କ୍ୱାର୍ଟର ଫାଇନାଲରେ ହାରିବା ପୂର୍ବରୁ ୟୁଇ ସୁସାକି ଲଗାତାର ୮୨ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଜିତିଥିଲେ । ଏହାସହ ଟୋକିଓ ଅଲିମ୍ପିକରେ ଜିତିଥିଲେ ଗୋଲ୍ଟ । ରେପଚେଜ୍ ରାଉଣ୍ଡପରେ ୟୁଇ ସୁସାକି ପ୍ୟାରିସ୍ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ ।
ଏବେ ସେ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଚାଲିଛି ଚର୍ଚ୍ଚା । ଆଉ ଏହି ପୋଷ୍ଟରେ ସେ ଲେଖିଛନ୍ତି । ତାଙ୍କ ପ୍ରଶଂସକଙ୍କୁ ମାଗିଛନ୍ତି କ୍ଷମା । ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ, ମୋତେ ପ୍ୟାରିସରେ ବ୍ରୋଞ୍ଜ ପଦକ ଜିତିବାର ସୌଭାଗ୍ୟ ମିଳିଲା । ଏଥିପାଇଁ ସମସ୍ତେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ । ପ୍ରକୃତରେ ମୋତେ ବହୁତ ସାହାଯ୍ୟ ମିଳିଲା ।
ୟୁଇ ସୁସାକି ଲେଖିଛନ୍ତି ମୋ ପରିବାର, ସାଥୀ ଏବଂ ଫ୍ୟାନ୍ସଙ୍କୁ ସେହି ଖୁସି ଦେବାକୁ ଚାହୁଁଥିଲି, ଯାହାର ସେମାନେ ହକ୍ଦାର ଥିଲେ । କାରଣ ସୋମାନେ ମୋ ସହ ୩ ବର୍ଷ ହେବ ସଂଘର୍ଷ କରିଆସୁଛନ୍ତି ଗୋଲ୍ଡ ମେଡାଲ ପାଇବା ପାଇଁ । ଜାପାନର ନମ୍ୱର-୧ ରେସଲର ୟୁଇ ସୁସାକି ଆହୁରି ଲେଖିଛନ୍ତି କି, ହେଲେ ସବୁକିଛି ଧୂଳିସାତ୍ ହୋଇଗଲା । ସବୁ ଆଶା ମାଟିରେ ମିଶିଗଲା । କାରଣ ମୁଁ ଗୋଲ୍ଡ ମେଡାଲ ଜିତିପାରିଲିନି । ମୋତେ ବହୁତ ଦୁଃକ ଲାଗୁଛି କି, ମୁଁ ଏମାନଙ୍କ ସହ ବିଶ୍ୱାସ ଘାତକ କରିଛି ।