ନୂଆଦିଲ୍ଲୀ ୨୩।୨: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ପକ୍ଷରୁ ଜେଇଇ ମେନ ୨୦୨୫ ପେପର-୨ ବିଇ ଓ ବି.ଟେକ୍ ରେଜଲ୍ଟ ପ୍ରକାଶ ପାଇଛି। ପ୍ରାର୍ଥୀ ତୁରନ୍ତ jeemain.nta.nic.in କୁ ଯାଇ ଫଳାଫଳ ଚେକ୍ କରିପାରନ୍ତି। ୱେବସାଇଟରେ ରେଜଲ୍ଟ ଚେକ୍ କରିବା ପାଇଁ ଆପଣଙ୍କୁ ଆପ୍ଲିକେସନ ନମ୍ବର ଓ ପାସୱାର୍ଡ ଦେବାକୁ ପଡିବ।
କଟଅଫ ପର୍ସେଣ୍ଟେଜ୍
ଉଲ୍ଲେଖଯୋଗ୍ୟ ଯେ ଜେଇଇ ମେନ ପେପର-୨ ପରୀକ୍ଷା ଜାନୁୟାରୀ ୩୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ପେପର ୨ଏ (ବି. ଏଆରସିଏଚ)ରେ ୬୩,୪୮୧ଜଣ ଛାତ୍ର ଛାତ୍ରୀ ରେଜିଷ୍ଟ୍ରେସନ କରିଥିଲେ। ଏମାନଙ୍କ ମଧ୍ୟରୁ ୪୪,୧୪୪ ଜଣ ପରୀକ୍ଷା ଦେଇଥିଲେ। ପାସ୍ ପର୍ସେଣ୍ଟେଜ ୬୯.୫୪ ପ୍ରତିଶତ ରହିଛି।
ଏହା ଛଡା ପେପର ୨ ବି (ବି.ପ୍ଲାନିଂ) ଲାଗି ୨୮,୩୩୫ ଜଣ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରାଇଥିଲେ। ଏମାନଙ୍କ ମଧ୍ୟରୁ ୧୮,୫୯୬ ଜଣ ପରୀକ୍ଷାରେ ଯୋଗ ଦେଇଥିଲେ। ପାସ୍ ପର୍ସେଣ୍ଟେଜ ୬୫.୬୩ ରହିଛି। ବି. ଆର୍କରେ ମହାରାଷ୍ଟ୍ରର ପତନୀ ନିଲ ସନ୍ଦେଶ ୧୦୦ ପର୍ସେଣ୍ଟାଇଲ ହାସଲ କରିଥିବା ବେଳେ ବି. ପ୍ଲାନିଂରେ ମଧ୍ୟପ୍ରଦେଶର ସୁନିଧି ସିଂହ ୧୦୦ ପର୍ସେଣ୍ଟାଇଲ ପାଇଛନ୍ତି।
ଫାଇନାଲ ଆନସର ଜାରି
ଏନଟିଏ ପକ୍ଷରୁ ରେଜଲ୍ଟ ଜାରି କରାଯିବା ସହିତ ଫାଇନାଲ ଆନସର ମଧ୍ୟ ଜାରି କରାଯାଇଛି। ଫାଇନାଲ ଉତ୍ତର ମାଳା ପିଡିଏଫ ଫର୍ମାଟରେ ଜାରି ହୋଇଛି। ପରୀକ୍ଷାର୍ଥୀ ଏହା ସହ ପ୍ରଶ୍ନୋତ୍ତର ମିଳାଇ ପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଫାଇନାଲ ଆନସର ଚୂଡ଼ାନ୍ତ ଓ ସର୍ବମାନ୍ୟ। ଏହା ଉପରେ କୌଣସି ପ୍ରକାରର ଅବଜେକ୍ସନ ଗ୍ରହଣୀୟ ହେବ ନାହିଁ।