ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ବ୍ୟାଗ୍ ଲୁଟ୍

Published By : Prameya-News7 Bureau | July 10, 2024 IST

ଛତ୍ରପୁର ୧୦: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କୁଶସ୍ଥଳୀ ଛକ ଠାରେ ମଙ୍ଗଳବାର ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି l ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ଜଣକ ହେଲେ ପୁରୁଷୋତ୍ତମପୁର ଅଞ୍ଚଳର ସୁରେନ୍ଦ୍ର ସେନାପତି ଓରଫ ବାବୁଲା । ସେ ନିଜ ସ୍କୁଟିରେ ଏକ ବ୍ୟାଗ୍‌ରେ ରୂପା ୧୫ କେଜି, ସୁନା ୧୫୦ ଗ୍ରାମ ଧରି ବେପାର କରିବା ପାଇଁ  ଘରୁ ବାହାରିଥିଲେ ।  ନରେନ୍ଦ୍ରପୁର ଗ୍ରାମ ନିକଟସ୍ଥ କୁଶସ୍ଥଳୀ ଛକ ଠାରେ ଅଳଙ୍କାର ସାମଗ୍ରୀ ବ୍ୟାଗ୍‌ଟି ସ୍କୁଟିରେ ରଖି ହୋଟେଲରେ ଜଳଖିଆ ଖାଉଥିଲେ । ଏହି ସମୟରେ ହଠାତ ଦୁଇ ଜଣ ଯୁବକ ଏକ ମୋଟର ସାଇକେଲରେ ଆସି ସ୍କୁଟିରୁ ଅଳଙ୍କାର ବ୍ୟାଗ୍‌ଟିକୁ ଲୁଟ୍ କରି ସେଠାରୁ ପୁରୁଷୋତ୍ତମପୁର ଅଭିମୁଖେ ଚମ୍ପଟ ମାରିଥିଲେ । ଏ ନେଇ ଖବର ପାଇ  ଚମାଖଣ୍ଡି ଥାନା ଅଧିକାରୀ ଦୀପିକା ଦେବୀ ରାୟଙ୍କ ନିର୍ଦ୍ଦେଶ କ୍ରମେ ଜଗନ୍ନାଥପୁର ବିଟ୍‌ ହାଉସ ଅଧିକାରୀ ଏଏସଆଇ ଅରୁଣ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ନରେନ୍ଦ୍ରପୁର ଅଞ୍ଚଳରେ ଲାଗି ରହିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲେ l

You Can Read:

ଘର ନିଆଁ ଲଗାଇଦେଲେ ଦୁର୍ବୃତ୍ତ : ଫାଟିଲା ଗ୍ୟାସ୍ ଟାଙ୍କି, ଉଡିଲା ଘରର ଆଜବେଷ୍ଟସ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.